ରୋଟାରୀ ପ୍ରଶାନ୍ତି ବାସ(ବୃଦ୍ଧାଶ୍ରମ)ର ଭୂମିପୂଜନ

ଉଦଳା ୦୯/୦୫ ଅଦ୍ୟ ପୂର୍ବାହ୍ନ ୭ ଘଟିକା ସମୟରେ ପ୍ରସ୍ତାବିତ ପ୍ରଶାନ୍ତି ବାସ(ବୃଦ୍ଧାଶ୍ରମ)ର ଭୂମିପୂଜନ ହୋଇଯାଇଅଛି । ଉଦଳା ରୋଟାରୀ କ୍ଲବ ଚେରିଟେବୁଲ ଟ୍ରଷ୍ଟ ଦ୍ୱାରା ବହୁ ପ୍ରତିକ୍ଷିତ ବୃଦ୍ଧାଶ୍ରମର ଭୂମିପୂଜନ ଏ ଅଞ୍ଚଳପାଇଁ ଏକ ନିର୍ଭରଯୋଗ୍ୟ ପ୍ରତିଷ୍ଠାନ । ଯେଉଁଠାରେ ଆଞ୍ଚଳିକ ବୃଦ୍ଧ ବୃଦ୍ଧାମାନେ ସେମାନଙ୍କର ପୁତ୍ର କନ୍ୟାଙ୍କ ଠାରୁ ଦୂରରେ ରହି ବେସାହାରା ହୋଇ ପଡୁଥିଲେ ସେମାନଙ୍କ ପାଇଁ ପ୍ରସ୍ତାବିତ ବୃଦ୍ଧାଶ୍ରମ ଏକ ଉତ୍କୃଷ୍ଟ ବାସସ୍ଥାନ । ରୋଟାରୀ କ୍ଲବ ସେମାନଙ୍କର ମୁଖରେ ହସ ଫୁଟାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ । ରୋଟାରୀ କ୍ଲବର ତଥା ରୋଟାରୀ ଚେରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ରୋଟାରିଆନ ଇଂ ସୁବାସ ଚନ୍ଦ୍ର ପଣ୍ଡାଙ୍କର ଅକୁଣ୍ଠିତ ପ୍ରୟାସ ଓ ଏ୧.୩୦ ଡେସିମିଲ ଜମି ଟ୍ରଷ୍ଟ ନାମରେ ଦାନ ଦେଇଥିବାରୁ ଉପରୋକ୍ତ କାର୍ଯ୍ୟକ୍ରମ ସମ୍ଭବପର ହୋଇପାରିଅଛି । ଖୁବଶୀଘ୍ର ଆଗାମୀ ରଥଯାତ୍ରା ଓ ବାହୁଡା ଯାତ୍ରା ମଧ୍ୟ ଭାଗରେ ଉପରୋକ୍ତ ପ୍ରଜେକ୍ଟର ଭିତ୍ତିପ୍ରସ୍ତର ସ୍ଥପାନ କରାଯାଇ ଯୁଦ୍ଧକାଳୀନ ଭିତ୍ତିରେ ଆଗାମୀ ଏକ ବର୍ଷ ମଧ୍ୟରେ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ଟ୍ରଷ୍ଟର ଚେୟାରମ୍ୟାନ୍ ରୋ. ବ୍ରହ୍ମାନନ୍ଦ ନାୟକ ମତ ପ୍ରକାଶ କରୀଛନ୍ତି । ବିଶେଷକରି କ୍ଲବର ଆଗାମୀ ବର୍ଷର ସଭାପତି ରୋ. ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ଓ ତାଙ୍କ ସହଧର୍ମିଣୀ ସୁଜାତା ବିଶ୍ୱାଳ ଦ୍ୱୟ ପୂଜାର ସଂକଳ୍ପ ସମୟରେ ଚେୟାରମ୍ୟାନଙ୍କର ମତକୁ ସମର୍ଥନକରିଥିଲେ । ସେହିପରି କ୍ଲବର ଆଗାମୀ ସଂପାଦକ ରୋ. ସୁଦର୍ଶନ ପ୍ରଧାନ ମଧ୍ୟ ତାଙ୍କର ଏଥିରେ ଦୃଢ ସମର୍ଥନ ବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ସଭାପତି ରୋ. ଇଂ ସୁବାସ ଚନ୍ଦ୍ର ପଣ୍ଡା, କ୍ଲବ ସଭାପତି ପ୍ରହରାଜ କୁମାର ଦାସ, ଟ୍ରଷ୍ଟ ଚେୟାରମ୍ୟାନ୍ ବ୍ରହ୍ମାନନ୍ଦ ନାୟକ, ଅଜୟ କୁମାର ବେହେରା, ପ୍ରତାପ କୁମାର ମହାନ୍ତି, ଦୋଳଗୋବିନ୍ଦ ପୁହାଣ, ପ୍ରେମଲତା ପଣ୍ଡା, ସୁଦର୍ଶନ ପ୍ରଧାନ ପ୍ରମୁଖ ସଭ୍ୟଗଣ ଉପସ୍ଥିତ ଥିଲେ ବୋଲି ଟ୍ରଷ୍ଟର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସାହୁ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *