ଶହୀଦ ଯବାନକୁ ଗାର୍ଡ ଆଫ ହନର

ଶହୀଦ ଯବାନକୁ ଗାର୍ଡ ଆଫ ହନର , ଶ୍ରଦ୍ଧାଞ୍ଜଳି ଦେଲେ ବିଧାୟକ .
ବ୍ରହ୍ମପୁର ୧୨/୧୧ ଜମ୍ମୁ କଶ୍ମୀରର ଉଦ୍ଧମପୁରରେ କାର୍ଯ୍ଯରତ୍ତ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଓଡ଼ିଆ ବିଏସ୍ଏଫ୍ ଯବାନଙ୍କ ଅକାଳ ବିୟୋଗ ଘଟିଥିଲା। ମୃତକ ଯବାନ ଜଣକ ଅଯୋଧ୍ୟା ନଗର ତୃତୀୟ ଲାଇନର ଅବସରପ୍ରାପ୍ତ ଶିକ୍ଷକ ସ୍ବର୍ଗତ କୃଷ୍ଣଚନ୍ଦ୍ର ଜେନାଙ୍କ ପୁଅ ନାରାୟଣ ଚନ୍ଦ୍ର ଜେନା ବୋଲି ଜଣାପଡିଛି । ୧୯୯୭ ମସିହାରେ ସେ ବିଏସ୍ଏଫ୍‌ରେ ଯୋଗ ଦେଇଥିଲେ | ବର୍ତ୍ତମାନ ସେ ଜମ୍ମୁକାଶ୍ମୀର ସ୍ଥିତ ଉଦ୍ଧମପୁରରେ କାର୍ଯ୍ୟରତ ଥିଲେ | କିଛି ଦିନ ହେଲା ଅସୁସ୍ଥ ଥିବାରୁ ଗତକାଲି ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବା କାରଣରୁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସିତ ପାଇଁ ଭର୍ତ୍ତି କରାଯାଇଥିଲା | ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଥିଲା । ଦୁଃଖଦ ଖବର ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଦୁଖଃଦ ସମୟରେ ସ୍ୱର୍ଗତ ଜେନାଙ୍କ ପରିବାରକୁ ସ୍ବାନ୍ତନା ଦେବା ସହ ବି ଏସ ଏଫ ଯବାନମାନେ ତାଙ୍କ ମର ଶରୀରକୁ ଗଡ଼ ଅଫ ହନୋର ଦେଇଥିଲେ । ହେଲେ ଆଜି ତାଙ୍କ ପାର୍ଥିବ ଶରୀର ଅଯୋଧ୍ୟା ନଗର ସ୍ଥିତ ବାସଭବନରେ ପହଞ୍ଚିବା ପରେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ପହଞ୍ଚି ଅନ୍ତିମ ଦର୍ଶନ କରି ଅମର ଆତ୍ମାର ସତଗତି ପାର୍ଥନା କରିବା ସହି ଶୋକାକୂଳ ପରିବାରକୁ ସ୍ବାନ୍ତନା ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ତାଙ୍କ ପରିବାରକୁ ବିପଦ ସମୟରେ ପ୍ରଭୁ ଶ୍ରୀ ଜଗନ୍ନାଥ ସହାୟ ପାଇଁ ପାର୍ଥନା କରିଥିଲେ |

Leave a Reply

Your email address will not be published. Required fields are marked *