ରାକ୍ଷୀର ପାଉଣା ଗଛ
ଆଜି ହୋଉଛି ରକ୍ଷା ବନ୍ଧନ ଏହି ଦିନରେ ଭଉଣୀ ମାନେ ଭାଇ ମାନଙ୍କୁ ରାକ୍ଷୀ ପିନ୍ଧାନ୍ତି l ଆଉ ଭାଇ ମାନେ ମଧ୍ୟ୍ୟ ଆଶ୍ରିବାଦ ସହ ଭୋଉଣୀ ମାନଙ୍କୁ କିଛି ଉପହାର ଦେଇଥାଆନ୍ତି l ଆଜି ଏହି ପଭିତ୍ର ରକ୍ଷା ବନ୍ଧନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ବଡ଼ଗଡ଼ ବନାଞ୍ଚଳ ଅଧିକାରୀ ଶ୍ରୀ ଅଞ୍ଜନ କୁମାର ନାୟକ l ଲୋକାମାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ନେଇ ଏକ ଭାଇ ପାଇଁ ଗଛଟିଏ କାର୍ଯ୍ୟକ୍ରମ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରୀ ବନାଞ୍ଚଳ ଅଧିକାରୀ ଶ୍ରୀ ଅଞ୍ଜନ କୁମାର ନାୟକଙ୍କୁ ରାକ୍ଷୀ ବାନ୍ଧିଥିଲେ l ଉପହାର ସୁରୂପ ବନାଞ୍ଚଳ ଅଧିକାରୀ ଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାରର ମୂଲ୍ୟବାନ ଗଛ ପ୍ରଦାନ କରିଥିଲେ, ଏବଂ ଏହି ଗଛକୁ ରକ୍ଷଣାବେକ୍ଷଣା କରି ତାକୁ ବଡ଼ କରିବା ପାଇଁ କହିଥିଲେ ବନାଞ୍ଚଳ ଅଧିକାରୀ l

ଏହି ଗଛ ସବୁବେଳେ ଭାଇ ଭୋଉଣୀ ସମ୍ପକର ସାକ୍ଷୀ ହୋଇ ରହିବ ବୋଲି କହିଲେ ବନାଞ୍ଚଳ ଅଧିକାରୀ l ବନାଞ୍ଚଳ ଅଧିକାରୀଙ୍କ କହିବା କଥା ଆଜିକା ସମୟରେ ଅମ୍ଳଜାନର ଅଭାବ ଓ ଦୂଷିତ ପରିବେଶ ଯୋଗୁ ଵୃକ୍ଷର ଆବଶ୍ୟକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେମିତି ଗୋଟିଏ ଭୋଉଣୀର ସୁରକ୍ଷା ଭାଇ କରିଥାଏ ସେମିତି ଏ ପୃଥିବୀର ସୁରକ୍ଷା ବୃକ୍ଷ୍ୟ କରିଥାଏ ତେଣୁ କରି ଆଜି ଏଭଳି ଏକ କାର୍ଯ୍ୟକ୍ରମ କରାଯାଇଛି ଯାହାର ନାଁ ରହିଛି ଭାଇ ପାଇଁ ଗଛଟିଏ l ଆଜିର ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରୀ ମାନେ ଅତ୍ୟନ୍ତ ଖୁସି ହେବା ସହିତ ବନାଞ୍ଚଳ ଅଧିକାରୀଙ୍କ ଏଭଳି କାର୍ଯ୍ୟପାଇଁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ବନାଞ୍ଚଳ ଅଧିକାରୀଙ୍କ ସହ ଫରେଷ୍ଟ ଅଫିସର ବସନ୍ତ କୁମାର ସେଠି ଯୋଗଦେଇଥିଲେ l
