ଅବହେଳିତ ଅବସ୍ଥାରେ ଗଣ୍ଡଳା ପଞ୍ଚାୟତ
ଅବହେଳିତ ଅବସ୍ଥାରେ ଗଣ୍ଡଳା ପଞ୍ଚାୟତ ,ଜାଣି ନ ଶୁଣି ରହୁଛନ୍ତି ପ୍ରଶାସନିକ ଅଧିକାରୀ ।
ହିଞ୍ଜିଳିକାଟୁ ୧୭/୧୦/୨୫ :ହିଞ୍ଜିଳିବ୍ଳକ ଅନ୍ତର୍ଗତ ଗଣ୍ଡଳା ପଞ୍ଚାୟତ ବର୍ତ୍ତମାନ ଅବ୍ଯବସ୍ଥା ଘେରରେ ରହିଛି । ଭିନ୍ନଭିନ୍ନ ସମୟରେ ସ୍ଥାନୀୟ ଜନସାଧାରଣ ଆଞ୍ଚଳିକ ନେତାମାନଙ୍କୁ ସମସ୍ୟା ଅବଗତ କରାଇଥିଲେ ମଧ୍ୟ ତାହା ସମାଧାନ ହୋଇପାରିନାହିଁ । ବିଶେଷ ଭାବେ ଗ୍ରାମ୍ଯ ପରିମଳ ବ୍ୟବସ୍ଥା ଆଲୋକିକରଣ , ପୋଖରୀ ଆବର୍ଜନା ମୁକ୍ତ କରିବା ପାଇଁ ବାରମ୍ବାର ପଞ୍ଚାୟତ ସଭ୍ୟ ,ସରପଞ୍ଚ, ଓ ସମିତିସଭ୍ୟଙ୍କ ସହ ବ୍ଳକ ପ୍ରଶାସନକ ଅଧିକାରୀଙ୍କୁ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ ତାହାର ସମାଧାନ ହୋଇନାହିଁ । ବିଭିନ୍ନ ଉନ୍ନୟନ କାମ ପାଇଁ ପଞ୍ଚାୟତକୁ ବିଭିନ୍ନ ଦିଗରୁ ଫଣ୍ଡ ଆସୁଥିଲେ ମଧ୍ୟ ଉନ୍ନୟନ ପ୍ରକଳ୍ପ ର ବିକଳ୍ପ ଦେଖାଯାଉନାହି । ବିଶେଷ ଭାବେ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନେ ଜନସାଧାରଣଙ୍କ ସମସ୍ୟା ସମାଧାନ ଦିଗରେ ଆଗ୍ରହ ଦେଖାଯାଉନଥିବା ସାଧାରଣରେ ମତ ପ୍ରକାଶ ପାଇଛି ।ଏଣୁ ତୁରନ୍ତ ଏଦିଗରେ ପଦକ୍ଷେପ ନେବା ସହ ଉଚ୍ଚ ସ୍ତରୀୟ ଅଧିକାରୀଏହି ଅଞ୍ଚଳର ଉନ୍ନତି ଦିଗରେ ଆଗ୍ରହ ଦେଖାଇବେ ବୋଲି ଆଶା ବାନ୍ଧିଛନ୍ତି ।
