ଗୁରୁ ହରିହର ଥିଲେ ସ୍ୱର ସାଧକ

ଗୁରୁ ହରିହର ଖୁଣ୍ଟିଆଙ୍କ ଏକତ୍ରିଂଶତମ ସ୍ମୃତି ସନ୍ଧ୍ୟା ସ୍ଥାନୀୟ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ସଭାମଞ୍ଚରେ ଅନୁଷ୍ଠାନର ସଭାପତି ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ମୃତି ସନ୍ଧ୍ୟାକୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ କବିତିଳକ ଗୁରୁ ଆର୍ତ୍ତତ୍ରାଣ ଶତପଥୀ । ପ୍ରାରମ୍ଭରେ ଓଡ଼ିଶା ସଂଗୀତ ପରିଷଦର କଳାକାର ମାନେ ଗୁରୁ ଉର୍ମିଳା ପ୍ରଧାନଙ୍କ ନିର୍ଦ୍ଦେଶନା ଓ ମାଧବ ଶ୍ରୀନନ୍ଦନଙ୍କ ବାଦ୍ୟ ସହଯୋଗରେ କବିତିଳକ ଆର୍ତ୍ତତ୍ରାଣ ଶତପଥୀଙ୍କ ରଚନାକୁ ପରିବେଷଣ କରିଥିଲେ। ଚଳିତ ବର୍ଷ ଗୁରୁ ବି. ବୁଦ୍ଧ ପ୍ରସାଦ ରାଓ ଓ ପଣ୍ଡିତ ହରମୋହନ ଖୁଣ୍ଟିଆଙ୍କୁ ଗୁରୁ ହରିହର ଖୁଣ୍ଟିଆ ସ୍ମୃତି ସମ୍ମାନ ପ୍ରଦାନ କରାଗଲା । କୃଷ୍ଣ ଚନ୍ଦ୍ର ସାହୁ, ବିଶ୍ୱରଂଜନ ନନ୍ଦ ଏବଂ ସୁଶ୍ରୀ ପ୍ରଜ୍ଞା ମିଶ୍ରଙ୍କୁ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଥିଲା। ଗୁରୁ ବି. ବୁଦ୍ଧ ପ୍ରସାଦ ରାଓ, ମଞ୍ଜୁଶ୍ରୀ ମହାନ୍ତି ଶାସ୍ତ୍ରୀୟ ସଙ୍ଗୀତ ଓ ଗୁରୁ ଅଶୋକ ଦାସଙ୍କ ନିର୍ଦ୍ଦେଶନାରେ ‘ନବ ପ୍ରତିଭା” ଅନୁଷ୍ଠାନର କଳାକାରମାନେ”ପୁତନା’ ନୃତ୍ୟ ନାଟିକା ପରିବେଷଣ କରିଥିଲେ। ଚିତ୍ତରଞ୍ଜନ ପଣ୍ଡା, ଭାଗିରଥି ଖୁଣ୍ଟିଆ ଓ ବିଜୟ କୁମାର ପଣ୍ଡା ଉତ୍ସବ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୁରୁ ରବିନାରାୟଣ ପଣ୍ଡା, ଗୁରୁ ବିପିନ ବାରିକ, ଜଗନ୍ନାଥ ସାହୁ, ଗୁରୁ ଗୈ।ରାଙ୍ଗ ଖୁଣ୍ଟିଆ, ଗୁରୁ ପ୍ରକାଶ ରଥ, ସୁରେନ୍ଦ୍ର ନାୟକ, କୃଷ୍ଣ ସାହୁ, ମନୋଜ ମହାପାତ୍ର , ପ୍ରାଣକୃଷ୍ଣ ମହାପାତ୍ର, ଅଶୋକ ମହାନ୍ତି, ଚନ୍ଦ୍ରଶେଖର ମହାରାଣା, ପ୍ରଦୀପ କୁମାର ଦାଶ, ପ୍ରସନ୍ନ ମିଶ୍ର, ନାରାୟଣ ସିହ୍ନା, ଶ୍ୟାମସୁନ୍ଦର ସେନାପତି, ଆରତୀ ଜେ ଦାସ, ଉମାକାନ୍ତ ଦାସ, ନଳିନୀକାନ୍ତ ନାୟକ, ପ୍ରମୋଦ ପ୍ରଧାନ, ଗୋବିନ୍ଦ ମହାନ୍ତି ପ୍ରମୁଖ କଳାପ୍ରେମୀ ଯୋଗଦେଇଥିଲେ। ଏହି ଅବସରରେ କଣ୍ଠଶିଳ୍ପୀ ଇନ୍ଦିରା ପ୍ରତିହାରୀ ଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

Leave a Reply

Your email address will not be published. Required fields are marked *