କୈବଲ୍ୟ ଗିରି ମଠରେ ଗୁରୁ ପୂଜନ

କୈବଲ୍ୟ ଗିରି ମଠରେ ଗୁରୁ ପୂଜନ ।

ଦଶପଲ୍ଲା : – ଗୁରୁ ହେଉଛନ୍ତି କରଣ , କାରଣ ଆଉ କର୍ତ୍ତା । ଗୁରୁ ବ୍ରହ୍ମା , ଗୁରୁ ବିଷ୍ଣୁ ,ଗୁରୁଦେବ ମହେଶ୍ବର ନ୍ୟାୟ ରେ , ପବିତ୍ର ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଗୁରୁ ପୂଜନ କାର୍ଯ୍ୟକ୍ରମ ଦଶପଲ୍ଲା କୈବଲ୍ୟ ଗିରି ମଠ ପ୍ରାଙ୍ଗଣରେ ,ଜଗତ ଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟ ପୀଠ ପରିଷଦ ଅନ୍ତର୍ଗତ ଆଦିତ୍ୟ ବାହିନୀ, ଆନନ୍ଦ ବାହିନୀ ଦଶପଲ୍ଲା, ନୟାଗଡ଼ ଶାଖା ତରଫରୁ ଏହି ଅନନ୍ୟ କାର୍ଯ୍ୟକ୍ରମ ରେ ପ୍ରଥମେ ଗୁରୁପଦସେବା, ଅର୍ଚ୍ଚନ ବନ୍ଦନ ପରେ ଗୁରୁ ବନ୍ଦନା ଓ ପରେ ଶତାଧିକ ବୃକ୍ଷରୋପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଆଦିତ୍ୟ ବାହିନୀ ବାହିନୀ ର କ୍ଷେତ୍ରୀୟ ସମ୍ପାଦକ ଶ୍ରୀ ଚିତ୍ରସେନ ପାତ୍ର , ଆଦିତ୍ୟ ବାହିନୀ ସେବା କ୍ଷେତ୍ର ର ପ୍ରାନ୍ତୀୟ କାର୍ଯ୍ୟକର୍ତ୍ତା ସଦସ୍ୟ ଶ୍ରୀ କିଶୋର ଚନ୍ଦ୍ର ଦଳବେହେରା (ପ୍ରକୃତି ବନ୍ଧୁ ),ଶାଖା ର ସଦସ୍ୟ ରଘୁ ଭାଇ, ଲିପୁ ଭାଇ, ତ୍ରିନାଥ ଭାଇ,କୈବଲ୍ୟ ଗିରି ମଠ ବାବା ଆଦି ଗୁରୁ ପୂଜନ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଗୁରୁ କୃପା ଲାଭ କରି ଥିଲେ ।

Leave a Reply

Your email address will not be published. Required fields are marked *