ସୋରଡା ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଗୁରୁ ପୂଜନ ଉତ୍ସବ

ସୋରଡା ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଗୁରୁ ପୂଜନ ଉତ୍ସବ।ସୋରଡ଼ା ,୫/୯/୨୫ ଆଜି ସମଗ୍ର ଭାରତବର୍ଷରେ ଉତ୍ସାହର ସହିତ ପାଳିତ ହୋଇଯାଇଛି ଗୁରୁ ଦିବସ। ଗୁରୁ ପୂଜନ ଉତ୍ସବକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ I ବିଧାୟକ ଶ୍ରୀ ବିଷୋୟୀଙ୍କ ପ୍ରଚେଷ୍ଟାରେ ସୋରଡ଼ା ସହରରେ ଥିବା ଟେକନିକକାଲ ଉଚ୍ଚ ବିଦ୍ୟଳୟ ପରିସରରେ ପାଳିତ ହୋଇଯାଇଛି ସୋରଡା ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଗୁରୁପୂଜନ ଉତ୍ସବ I ଟେକ୍ନିକାଲ ହାଇସ୍କୁଲର ପ୍ରଧାନଶିକ୍ଷକ ସୁରେଶ କୁମାର ବଳିଆରସିଂ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଉଦ୍ଘାଟକ ରୂପେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ ଗୁରୁ ପୂଜନ କରିଥିଲେ I ଏହି ଅବସରରେ ବିଧାୟକ ଶ୍ରୀ ବିଷୋୟୀ ଉଭୟ ବେଲଗୁଣ୍ଠା ଏବଂ ସୋରଡା ବ୍ଳକ୍ ର ବହୁ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉପଢ଼ୌକନ, ମାନପତ୍ର ଏବଂ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ।ଭଲ ଛାତ୍ର ଗଠନ ହେଲେ ଭଲ ରାଷ୍ଟ୍ର ଗଠନ ସମ୍ଭବ।ଜଣେ ଗୁରୁ ଚାହିଁଲେ ହିଁ କଳୁଷିତ ସମାଜରେ ପୂର୍ଣ୍ଣଛେଦ ପଡିବ। ଶିକ୍ଷକ ମାନ ଚାହିଁଲେ ହିଁ ଛାତ୍ରଛାତ୍ରୀ ଆତ୍ମହତ୍ୟାକୁ ରୋକି ପାରିବେ। ଏଥିପାଇଁ କୁନି କୁନି ପିଲାଙ୍କୁ ନୈତିକ ଶିକ୍ଷା ଦେବା ସହିତ ଅଧିକରୁ ଅଧିକ ସଚେତନ କରାଇବା ପାଇଁ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ ବିଧାୟକ ଶ୍ରୀ ବିଷୋୟୀ।ସେହିପରି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସୋରଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତନ୍ମୟ ପାତ୍ର ଯୋଗ ଦେଇଥିବା ବେଳେ,ଫାଦେର ଜୋସେଫ ଭାଲିଆ ପରମବିଲ, ଫାଦେର ଗଜେନ୍ଦ୍ର ମଲ୍ଲିକ,ସୋରଡ଼ା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧକାରୀ ସୁଶୀଳା ପାତ୍ର,ପିତାମ୍ବର ନାୟକ,ବିଜୟ କୁମାର ମଣ୍ଡଳ, ସମାଜସେବୀ ଅର୍ଜୁନ ବିଷୋୟୀ, ଋଷିକୁଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅନିଲ କୁମାର ଦାସ,ଋଷିକୁଲ୍ୟା ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ରମେଶ ଚନ୍ଦ୍ର ପାଢ଼ୀ ପ୍ରମୁଖ ମଞ୍ଚାସୀନ ଥିଲେ I କାର୍ଯ୍ୟକ୍ରମରେ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଉଭୟ ସୋରଡ଼ା ଏବଂ ବେଲଗୁଣ୍ଠା ବ୍ଳକ୍ ରୁ 700 ରୁ ଊର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ I ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପୁଷ୍ପ ଚନ୍ଦନ,ଡ଼ାଏରୀ ଏବଂ ଗୁରୁ ବାର୍ତ୍ତା ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା I କ୍ଷତ୍ରିୟବରପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଛାୟାକାନ୍ତ ମହାପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ରାଜକିଶୋର ସ୍ୱାଇଁ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ I ଛାତ୍ରଛତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପିତାମ୍ବର ନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ I

Leave a Reply

Your email address will not be published. Required fields are marked *