ଚଣ୍ଡିଖୋଲ ଗାନ୍ଧୀ ଛକ ସ୍ଥିତ ବୀଣାପାଣି କଳାପିଠ ଆନୁକୂଲ୍ୟରେ ଗୁରୁ ପୂଜନ ଉତ୍ସବ ପାଳନ
ଧର୍ମଶାଳା,- ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କଣ୍ଟିଗଡ଼ିଆ ପଂଚାୟତ ଚଣ୍ଡିଖୋଲ ନିକଟସ୍ତ ଗାନ୍ଧୀ ଛକ ସ୍ଥିତ ବୀଣାପାଣି କଳା ପୀଠ ଓ ଅଂଜୁଶ୍ରୀ ୱେଲ ଫେୟାର ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ବିଣାପାଣି କଳା ପୀଠ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ଆଜି ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଣାପାଣି କଳା ପୀଠ ର ଅଧ୍ୟକ୍ଷ ବିପିନ ବିହାରୀ ସ୍ଵାଇଁ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜ ସେବିକା ମିନତି ସାହୁ ହୃଦୟରୁ ଅଜ୍ଞାନ ରୂପକ ଅନ୍ଧକାର ଦୂର କରି ଜ୍ଞାନ ରୂପକ ଆଲୋକ ପ୍ରଦାନ କରୁଥିବା ଗୁରୁ ହିଁ ସମାଜରେ ଅଗ୍ରପୂଜ୍ୟ ଗୁରୁ ଙ୍କ ମାର୍ଗଦର୍ଶକ, ପ୍ରେରଣା, ଆଶୀର୍ବାଦ ଫଳରେ ସଫଳତାର ଶୀର୍ଷରେ ପହଞ୍ଚି ଥାଏ।ଭାରତୀୟ ସଂସୃତି ରେ ଗୁରୁ ଶିଷ୍ୟ ପରମ୍ପରା ପୌରାଣିକ,ଐତିହାସିକ, ଆଧ୍ୟାତ୍ମିକ ଓ ସାମାଜିକ ଜୀବନରେ ଗୁରୁତ୍ବ ପୂର୍ଣ୍ଣ ଭୂମିକା ଗ୍ରହଣ କରି ଥାଏ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଂଜୁଶ୍ରୀ ତ୍ରଷ୍ଟ ବୋର୍ଡ଼ ର ମୁଖ୍ୟ ଉପଦେଷ୍ଟା ଶିବ ପ୍ରସାଦ ମହାନ୍ତି, ଦାମୋଦର ପଣ୍ଡା, ରଶ୍ମିତା ପ୍ରଧାନ ପ୍ରମୁଖ ଯୋଗଦେଇ ଗୁରୁଦିବସର ତାତ୍ପର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ପାଲା ଗାୟକ, ଘୋଡାନାଚ, ଦାସକାଠିଆ, ଗୋଟିପୁଅନାଚ, ଓଡିଶୀ, ସଂକ୍ରିତନ ଗୁରୁ, ଯାତ୍ରା କଳାକାର, ପାଲା ଗବେଷକ, ଶିକ୍ଷକ ଶିକ୍ଷୟତ୍ରୀ, ମାନଙ୍କୁ ମାନପତ୍ର, ଉପଢୌକନ,ପୁଷ୍ପ ଗୁଚ୍ଛ, ଓ ଉପହାର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ବିଣାପାଣି କଳା ପୀଠ ର ନୃତ୍ୟାଙ୍ଗନା ମାନଙ୍କ ଦ୍ଵାରା ଗୁରୁବନ୍ଦନା, ସ୍ଵାଗତ ସଙ୍ଗୀତ ପରିବେଷଣ କରଯାଇଥିଲା।
