ପୁରାତନ ଛାତ୍ର ସଂସଦ ପକ୍ଷରୁ ଜହାନପୁର ସ୍ଥିତ ସୋମନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ

Date-05/09/25*ପୁରାତନ ଛାତ୍ର ସଂସଦ ପକ୍ଷରୁ ଜହାନପୁର ସ୍ଥିତ ସୋମନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ସଭାପତି ପାର୍ଥ ସାରଥୀ ମିଶ୍ର ଙ୍କ ତତ୍ୱାବଧାନରେ ରେ ଆୟୋଜିତ ଏହି ଗୁରୁ ପୂଜନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ବିଶିଷ୍ଟ ଶିକ୍ଷାବିତ ଲିଙ୍ଗରାଜ ମିଶ୍ର, ସେବାନିବୃତ ଅନୁଶାସନ ସଚିବ ଅଶୋକ କୁମାର ରଥ, କୃଷ୍ଣଚନ୍ଦ୍ର ନାୟକ, କିଶୋର କୁମାର ପଣ୍ଡା,ପ୍ରକାଶ ଚନ୍ଦ୍ର ମହାନ୍ତି, ମଣ୍ଡଳ ଶିକ୍ଷା ଅଧିକାରୀ ମଧୁସ୍ମିତା ପତି ଓ ବିଦ୍ୟାଳୟ ର୍ ପ୍ରଧାନ ଶିକ୍ଷକ ନିର୍ମଳ କୁମାର ଜେନା ପ୍ରମୁଖ ଯୋଗ ଦେଇ ଗୁରୁ ଶିଷ୍ୟ ର୍ ପରମ୍ପରା ସମ୍ପର୍କରେ ଆଲୋଚନା କରିଥିଲେ । ପରେ ପୁରାତନ ଛାତ୍ର ସଂସଦ ପକ୍ଷରୁ ଆଦର୍ଶ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *