ଏସ୍.ବି.ଆଇ. ନୂଆ ବଜାର ପକ୍ଷରୁ ଗୁରୁ ପୂଜନ କାର୍ଯ୍ୟକ୍ରମ

ଭଦ୍ରକ ତା ୭.୦୯.୨୦ ୨୫ରିଖ, ଭଦ୍ରକସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଷ୍ଟେଟ୍ ବେଙ୍କ ଅଫ ଫ ଇଣ୍ଡିଆ, ନୂଆ ବଜାର, ଭଦ୍ରକଶାଖା ପକ୍ଷରୁ ଗୁରୁ ଦିବସ ଉପଲକ୍ଷେ ଗୁରୁପୂଜନ କାର୍ଯ୍ୟ କ୍ରମ ଏସ. ବି.ଆଇ ଶାଖା ପ୍ରବନ୍ଧକ ନିଗମାନନ୍ଦ ନାୟକଙ୍କ ପୌରହିତ୍ୟରେ ପାଳିତ ହୋଇ ଯାଇଅଛି । ଉକ୍ତ ଉତ୍ସବରେ ବିପଦଭଞ୍ଜନ ପାଢ଼ୀ ବେଦପାଠ ଓ ମୁକୁନ୍ଦ କୃଷ୍ଣ ଦାସ ମହାରାଜ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସଭା ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥ୍ ପ୍ରଫେସର ଅଟଳ ବିହାରୀ ନାୟକ ଗୁରୁ ସାକ୍ଷାତ୍ ଈଶ୍ୱର ଏବଂ ଜଣେ ଗୁରୁ ଆଦର୍ଶବାଦୀ ହେଲେ ସୁସ୍ଥ ସମାଜ ଗଢ଼ି ଉଠିବ ବୋଲି ମତ ବ୍ୟକ୍ତ କରିଥିଲେ ।ଅନ୍ୟତମ ଅତିଥ୍‌ ଡଃ ନିତ୍ୟାନନ୍ଦ ମିଶ୍ର, ଡଃ ମନୀନ୍ଦ୍ର ମହାନ୍ତି, ନିହାର ରଂଜନ କର, ଡଃ ନିରଞ୍ଜନ ଦାଶ ଓ ଡଃ ଗିରିଜାଶଙ୍କର ପତି ପ୍ରମୁଖ ଯୋଗ ଦାନ କରି ଗୁରୁଙ୍କର ମହିମା ତଥା ଦେଶ ହିତରେ ଗୁରୁଙ୍କର ଭୂମିକା ଅତୁଳନୀୟ ବୋଲିମତବ୍ୟକ୍ତ କରିଥିଲେ ‌। ନୂଆ ବଜାର ଶାଖା ପକ୍ଷରୁ ଶତାଧ‌ିକ ଆଦର୍ଶ ଶିକ୍ଷକ ଓ କଳାକାରଙ୍କୁ ସମ୍ବନ୍ଧିତ କରାଯାଇଥିଲା ।ସେମାନଙ୍କ ମଧ୍ୟରୁ ମନୋରମା ଆଶ୍ଚର୍ଯ୍ୟ, ଶୈଳନ୍ଦ୍ର ନାରାୟଣ ପାଢ଼ୀ, ନିଳିମା ପଣ୍ଡା, କିଶୋର ପାଣିଗ୍ରାହୀ, ବିଜୟ ବହଳୀ,ପ୍ରିୟଙ୍କା ପ୍ରିୟ ଦର୍ଶିନୀ ନାୟକ, ନିରନ ନାୟକ, ରତିକାନ୍ତ ବେହେରା, ମନୋଜ କୁମାର ସାହୁ, ରବୀନ୍ଦ୍ର ହୋତା, ଅରବିନ୍ଦଦିକ୍ଷୀତ, ବଣ୍ଠିତା ମିଶ୍ର, ଶୁଭ୍ରଜିତ୍ ମିଶ୍ର, ବିମ୍ବାଧର ସେନାପତି, ଋତୁରାଜ ଅକ୍ଷୟ ପ୍ରଭୃତି ଶିକ୍ଷକ ଓ କଳାକାର ମାନଙ୍କୁସମ୍ବନ୍ଧିତ କରାଯାଇ ଥିଲା ଏବଂ ଶାଖାର କ୍ଷେତ୍ର ପରିପ୍ପଳିକା ସଂଘମିତ୍ରା ଆଶ୍ଚର୍ଯ୍ୟ, ମାନସଂରଜନ ସାହୁ, କ୍ରିଷ୍ଣା ରାଣୀନାୟକ, ଅମର କୁମାର ବାରିକ, ଚିନ୍ମୟ ଦାସ ମହପାତ୍ର, ବିଜୟ କ, ସତ୍ୟଜିତ୍ ମଲ୍ଲିକ, ସସ୍ମିତା ନାୟକ, ଶିକ୍ଷାବିତ୍ ଅଭୟକୁମାର ଦାସ, ପ୍ରମୁଖ ସଭା ପରିପ୍ପଳନା କରିଥିବା ବେଳେ ମନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *