ବ୍ୟାସନଗର ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ପବିତ୍ର ଗୁରୁ ପୂର୍ଣ୍ଣିମା

ବ୍ୟାସନଗର ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ପବିତ୍ର ଗୁରୁ ପୂର୍ଣ୍ଣିମା .୧୦.୦୭.୨୦୨୫ ରେ ମହା ସମାରୋହରେ ପାଳିତ ହୋଇ ଯାଇଚି। ଏହି ଅବସରରେ ମହର୍ଷି ବ୍ୟାସଦେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଏକ ହୋମ ଯଜ୍ଞ କରାଯାଇ ଥିଲା। ଏହି ଦିନ ଯୁକ୍ତ ତିନି ପ୍ରଥମ ବର୍ଷର ପାଠ୍ୟକ୍ରମ ନୂତନ କରି ଆରମ୍ଭ କରା ଯାଉଥିବାରୁ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶରତ କୁମାର ମଲ୍ଲିକ ତାଙ୍କର ବାର୍ତ୍ତା ରଖି ଥିଲେ। ଉତ୍ସବ ସମିତିର ଅଧ୍ୟକ୍ଷ କ୍ୟାପଟେନ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଓ ଶ୍ରୀ ସୁରେନ୍ଦ୍ର କୁମାର ସାହୁଙ୍କ ପୋରହିତ୍ୟରେ ସମିତିର ସଭ୍ୟା ଡ ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ, ଶ୍ରୀ ରାଜେଶ କୁମାର ସାହୁ, ଶ୍ରୀ ରଞ୍ଜନ କୁମାର ମଲ୍ଲିକ ଓ ଶ୍ରୀ ତନ୍ମୟ ପୃଷ୍ଟି ଏହି ଉତ୍ସବର ପରିଚାଳନା କରି ଥିଲେ।
ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀମାନେ ଏହି ଉତ୍ସବରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *