ଜଗନ୍ନାଥ ମନ୍ଦିର ଭିତରେ ଥିବା ପାର୍ଶ୍ୱ ମନ୍ଦିର ଦର୍ଶନ ସମୟରେ ଜଣେ ହବିସ୍ୟାଳୀ ମାଆ
ଆଜି ଜଗନ୍ନାଥ ମନ୍ଦିର ଭିତରେ ଥିବା ପାର୍ଶ୍ୱ ମନ୍ଦିର ଦର୍ଶନ ସମୟରେ ଜଣେ ହବିସ୍ୟାଳୀ ମାଆ ସନ୍ତୁଳନ ହରାଇ ପଡିଯାଇଥିଲେ, ଯାହା ଫଳରେ ତାଙ୍କ ପାଦରେ ଚୋଟ ଲାଗିଛି । ତାଙ୍କୁ ତତ୍କ୍ଷଣାତ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପୁରୀକୁ ପଠାଯାଇଥିଲା । ଚିକିତ୍ସକଙ୍କ ଅନୁସାରେ ତାଙ୍କ ପାଦ ମକଚି ହୋଇଥିବାରୁ ତାହାକୁ ଚିକିତ୍ସା ରେ ରଖାଯାଇଛି ।
ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂହ, ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ବୁଝିବା ପାଇଁ ନିଜେ ଯାଇ ଦେଖା କରିଥିଲେ । ସେ ଜଣାଇଥିଲେ ଯେ, ସେ ନିଜେ ସନ୍ତୁଳନ ହରାଇ ପଡିଯାଇଥିଲେ ଏବଂ ଏହା ଭିଡ଼ କିମ୍ବା ଅନ୍ୟ କାହାର ପେଲା ଠେଲା ଦ୍ୱାରା ହୋଇନଥିଲା ।
