ଅଧାଭଙ୍ଗା ଚାଳ ଘରେ ପଲିଥିନ ତଳେ ବିତୁଛି ଜୀବନ

ଅଧାଭଙ୍ଗା ଚାଳ ଘରେ ପଲିଥିନ ତଳେ ବିତୁଛି ଜୀବନ।
୧୫ ବର୍ଷହେବ ପକ୍କାଘର ଖଣ୍ଡେ ମିଳୁନାହିଁ।


ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତୁଳଙ୍ଗ ପଞ୍ଚାୟତ ର ଅନୁସୟା ଦାସ ସ୍ୱାମୀ ବିଦ୍ୟାଧର ଦାସ ଙ୍କୁ ଦୀର୍ଘ ୧୫ ବର୍ଷ ରୁ ଉର୍ଦ୍ଧ୍ବ ହେବ ବେଙ୍ଗୁଲିମଠ ଗ୍ରାମରେ ବସବାସ କରିଆସୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପକା ଘରଖଣ୍ଡେ ମିଳିପାରିଲା ନାହିଁ। ବାରମ୍ବାର ବାରମ୍ବାର ପଞ୍ଚାୟତ, ବ୍ଲକ, ତହସିଲ କୁ ଯାଇ ବିଭାଗୀୟ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ଫଳପ୍ରଦ ହୋଇପାରିଲା ନାହିଁ। ଏବେ ଅଧାଭଙ୍ଗା ଚାଳ ଘରେ ପଲିଥିନ ତଳେ ସ୍ବାମୀ ସ୍ତ୍ରୀ ଓ ସାଙ୍ଗରେ ପୁଅଟିକୁ ରଖି ପଲିଥିନ ତଳେ ବିତୁଛି ଜୀବନ। ଗୋଟିଏ ଘରେ ତିନି ପ୍ରାଣୀ ଚଳିବା ପାଇଁ ବହୁତ କଷ୍ଟ ଅନୁଭବ ହେଉଥିବା ବେଳେ ବର୍ଷାଦିନେ ସେ ଘରେ ବର୍ଷା ହେବା ସହିତ ସାପମଧ୍ୟ ପଶି ଯାଇଥାଏ।

ଫଳରେ ଅନେକ ଅସୁବିଧା ଓ ଦୁଃଖ କଷ୍ଟରେ ଅଧିକ ବଷାହେଲେ ଉପବାସ ବି ବେଳେବେଳେ ରହିଯାଆନ୍ତି। ପରିସ୍ଥିତି ଏମିତି ହୁଏ ନିଜ ଘର ଛାଡ଼ି ପାଖ ପଡୋଶୀଙ୍କ ଘରେ ଆଶ୍ରୟ ନେବାକୁ ଚାଲିଯାଆନ୍ତି। ଏମିତି ଦୁଃଖ କଷ୍ଟରେ ଜୀବନ ବିତାଉଥିବା ଅନୁଶୟା ଦାସ ଏବେ ଘର ଖଣ୍ଡେ ପାଇଁ ଦାବି କରିଛନ୍ତି । ଯଦି ସରକାର ସହାୟତାର ହାତ ବଢେ଼ଇବା ବଢ଼ାଇବେ ତାହାଲେ ତାଙ୍କ ମୁହଁରେ ହସ ଫୁଟି ପାରିବ।ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ କହିଛନ୍ତି ମୋ ତରଫରୁ ଯାହା ସମ୍ଭବ ତାହା ମୁଁ କରିଛି ଯଦି ସରକାର ଅନୁସୟା ଙ୍କୁ ଘରଖଣ୍ଡେ ତେବେ ମୁଁ ନିଶ୍ଚିତ ସହଯୋଗ କରିବି।ଏବେ ଦେଖିବାକୁ ବାକି ରହିଲା କେବେ ଦୂର ହେବ ଅନୁସୟା ଙ୍କୁ ଦୁଃଖ।

Leave a Reply

Your email address will not be published. Required fields are marked *