ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଭିନ୍ନକ୍ଷମ ମହିଳାଙ୍କ ପରିବାର

ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଭିନ୍ନକ୍ଷମ ମହିଳାଙ୍କ ପରିବାର । ଆବାସ ଓ ରାସନ କାର୍ଡ଼ରୁ ବଞ୍ଚିତ , ବ୍ରେନ ଟିଭି ରୋଗରେ ଆକ୍ରାନ୍ତ ପୁର୍ଣୀମା ।ରମ୍ଭା, ତା:୧୦/୩/ ୨୦୨୬ (ରଂଜିତ କୁମାର ପୋଲାଇ )ଦେଶ ସ୍ବାଧୀନତା ହେବା ୭୯ ବର୍ଷ ବିତି ଯାଇଥିଲେ ମଧ୍ୟ ଗଂଜାମ ବ୍ଲକର ପୋଇରାଶି ପଞ୍ଚାୟତର ଭିନ୍ନକ୍ଷମ ମହିଳାଙ୍କ ପରିବାର ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି । ବାରମ୍ବାର ଅଭିଯୋଗ ଓ ଆବେଦନ କରିଲେ ମଧ୍ୟ ସରକାରୀ ଯୋଜନା ତାଙ୍କ ପାଖରେ ପହଞ୍ଚିପାରୁ ନଥିବା ଜଣାପଡିଛି । ଦୁର୍ଦ୍ଦିନରେ ଜୀବନ ଯାପନ କରୁଛନ୍ତି । ଜନ୍ମରୁ ଦିବ୍ୟାଙ୍ଗ ସତ୍ତ୍ୱେ ୧୦ ବର୍ଷ ହେଲା ବ୍ରେନ ଟିଭି ରୋଗରେ ଆକ୍ରାନ୍ତ ରହିଛନ୍ତି । ଛିଣ୍ଡା ଜରି ପାଲ ଓ ଭଙ୍ଗା ଇଟା କାନ୍ଥର ସାହାରା ନେଇ ଅନ୍ଧାରରେ ବଞ୍ଚିବା ପାଇଁ ସଂଘର୍ଷ କରି ଆସୁଛନ୍ତି । ଅର୍ଥ ଅଭାବରୁ ରୋଗର ଚିକିତ୍ସା ମଧ୍ୟ କରି ପାରୁ ନାହାଁନ୍ତି କିନ୍ତୁ ତାଙ୍କ ଗୁହାରି କେହି ଶୁଣୁନଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗକାରୀ ମହିଳା ଜଣଙ୍କ ହେଲେ ପୋଇରାଶି ଗ୍ରାମର ପୁର୍ଣମା ନାୟକ(୫୫) । ପୂର୍ଣ୍ଣମାଙ୍କ ପରିବାର କହିଲେ ସ୍ୱାମୀ କୁରେଶ ନାୟକ ଓ ତିନି ପୁଅ । ବଡ଼ ପୁଅ ବିବାହ କରିବା ପରେ ଘର ଖଣ୍ଡିଏ ନଥିବା ଯୋଗୁଁ ଶଶୁର ଘରେ ରହୁଛନ୍ତି । ମଝିଆ ପୁଅ ପରିବାର ଚଳାଇବା ଓ ସାନ ଭାଇର ପାଠ ପଢ଼ା ନିମନ୍ତେ ଦାଦନ ଶ୍ରମିକ ରୂପେ କାର୍ଯ୍ୟ କରୁଛନ୍ତି । କୁରେଶଙ୍କ ନିଜର କୌଳିକ ବୃତ୍ତି ବାଉଁଶ ସାହାର୍ଯ୍ୟରେ ଟୋକେଇ, ଝୁଡ଼ି, ଚାଙ୍ଗୁଡ଼ି, କୁଲା, ବିଞ୍ଚଣା ଭଳି ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରି ରୋଜଗାର ହୁଏ । ସ୍ତ୍ରୀ ପୁର୍ଣୀମାର ଔଷଧ ଖର୍ଚ୍ଚ ପାଇଁ ମଧ୍ୟ ନିଅଣ୍ଟ ପଡ଼ୁଛି । ଦୁଃଖ ପ୍ରକାଶ କରି ପୁର୍ଣମା କହିଛନ୍ତି କି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ କରିଲେ ମଧ୍ୟ କେହି ଗୁହାରି ଶୁଣୁ ନାହାଁନ୍ତି । ସେହିଭଳି ତାଙ୍କ ପରିବାର ରାସନ କାର୍ଡ଼ରୁ ମଧ୍ୟ ବଂଚିତ ହୋଇଥିବା କହିଛନ୍ତି ।ବହୁବାର ପରିବାର ପକ୍ଷରୁ ଆବେଦନ କରିଥିଲେ ମଧ୍ୟ କୋୖଣସି ସୁଫଳ ମିଳିନାହିଁ । ଘର ଖଣ୍ଡିଏ ନଥିବା ଯୋଗୁଁ ବିଦ୍ୟୁତ ସଂଯୋଗ ହୋଇପାରନି । ସେହିଭଳି ବଡ ଦୁର୍ଭାଗ୍ୟର କଥା ଭତ୍ତାରୁ ମଧ୍ୟ ବଞ୍ଚିତ ସେ ରହିଛନ୍ତି । ତେଣୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ପୁର୍ଣମାଙ୍କ ପରିବାର ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ବେଳେ ସୁରକ୍ଷା ନିମନ୍ତେ ଆବାସ ଯୋଜନା ସହ ରାସନ କାର୍ଡ଼ ଯୋଗାଇବା ସହ ପୁର୍ଣମାଙ୍କ ଚିକିତ୍ସା ନିମନ୍ତେ ଜିଲ୍ଲା ରେଡ଼କ୍ରସ ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପୁର୍ଣମା ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *