ଗସାବାଡା ଠାରେ ହନୁମାନ ଚାଳିଶା ରେ ପୂଜା ପାଠ
ଗସାବାଡା ଠାରେ ହନୁମାନ ଚାଳିଶା ରେ ପୂଜା ପାଠ ।
କନ୍ଧମାଳ ୦୪/୯/୨୦୨୫ ଚକାପାଦ ବ୍ଲକ ଶଙ୍କରାଖୋଲ ପଞ୍ଚାୟତ ଗସାବାଡା ଗ୍ରାମରେ ଗତ ତା ୦୨/୦୯/୨୦୨୫ ରିଖରେ ସାନଭି ଫେବ୍ରିକେସନ ଏବ୍ବଂ ସପ୍ଲାୟାର୍ସ ଠାରେ ଫୁଲବାଣୀ ରୁ ଆସିଥିବା ଶ୍ରୀ ଶ୍ରୀ ସଙ୍କଟ ମୋଚନ ଶ୍ରୀଦ୍ଧ ମହାବୀର ହନୁମାନ ଦଳ ର ଶ୍ରୀ ସରୋଜ କୁମାର ସାହୁ, ରାଜେନ୍ଦ୍ର ସାହୁ, ସୁଧିର ସାହୁ, ଗଣପତି ସାହୁ ଙ୍କ ସମେତ ବହୁ ସନ୍ଥ ମାନେ ଆସି ହୁମଯଜ୍ଞ କରିଥିଲେ। କଥାରେ ଅଛି ପ୍ରଭୁ ରାମଚନ୍ଦ୍ର ଙ୍କ ପରମ ଭକ୍ତ ହନୁମାନ ତେଣୁ ହନୁମାନ ଚାଳିଶା ର ୧୦୮ଜପ କଲେ ନିଜର ଦୁଃଖ ଖଣ୍ଡନ ହେବା ସହ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ପୁରାଣ ମତ ରେ ଲେଖା ରହିଛି।ତେଣୁ ଏଠାରେ ବହୁ ଆଡମ୍ବର ସହ ହୁମଯଜ୍ଞ କରି ହନୁମାନ ଚାଳିଶା ପଡିବା ସହ ଗସାବାଡା ଗ୍ରାମର ବାପା, ମା, ଭାଇ ଭଉଣୀ ମାନେ ଉପସ୍ଥିତ ରହି ଭଜନ କୀର୍ତ୍ତନ ଗାନ କରିଥିଲେ। ଶେଷରେ ଅର୍ଣ୍ଣ ପ୍ରସାଦ ସେବନ କରି ନିଜ ନିଜ ଘରକୁ ଯାଇଥିଲେ। ଏହା କୁ ମୁଖ୍ୟ ପ୍ରୋପାଇଟର ରାକେଶ କୁମାର ମିଶ୍ର ଦାୟିତ୍ୱ ନେଇଥିବା ବେଳେ ପରିଚାଳକ ରାଜିନୀକାନ୍ତ ଜେନା କାର୍ଯ୍ୟ ତୁଲାଇଥିଲେ।
