ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ପଖାଳ ଦିବସ
ଜଟଣୀ ୨୨-୩-୨୬ ଜଟଣୀ ବ୍ଲକ ଅନ୍ତର୍ଗତ ଛଣଘରଗ୍ରାମ ସ୍ଥିତ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ପଖାଳ ଦିବସ ଛଣଘର -କୁସୁମାଟି ପଞ୍ଚାୟତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବିଜେପି ସୋମନାଥ ମଣ୍ଡଳର ସଭାପତି ଶ୍ରୀ ବିଜୟ କୁମାର ସ୍ବାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ କୁସୁମାଟି ଗ୍ରାମର ବରିଷ୍ଠ ନାଗରିକ, ଶତାଧିକ ମହିଳା, ଯୁବକ ଓ ପିଲା ଏକ ସାଙ୍ଗରେ ପଖାଳ ଖାଇବାର ମଜା ଉଠାଇଥିଲେ। ବାସି ପଖାଳ ଖାଇ ସମସ୍ତେ ସନ୍ତୋଷ ଲାଭ କରିବା ସହ ଯୁବକ ମାନଙ୍କ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ।

ଏହି ଇତ୍ସବରେ ସମାଜସେଵୀ ପୂର୍ବତନ ସରପଞ୍ଚ ସୁନୀଲ କୁମାର ରାଉତରାୟ, ଜିଲ୍ଲା ବିଜେପି ସଭାପତି ବିଶ୍ଵରଞ୍ଜନ ବଡ଼ଜେନା,ସାଂସଦଙ୍କ ପ୍ରତିନଧି ମନୋଜ କୁମାର ନନ୍ଦ ପ୍ରାମୁଖ ଯୋଗ ଦେଇ ସମସ୍ତଙ୍କୁ ପଖାଳ ଦିବସର ମହତ୍ୱ ବିଷୟରେ ବୁଝାଇଥିଲେ । କିଶୋର କୁମାର ସାହୁ ଓ ବିଭୁ ପ୍ରସାଦ ବଛି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
