ଜନ ଶିକ୍ଷଣ ସଂସ୍ଥାନର “ହର ଘର ତ୍ରିରଙ୍ଗା” ଅଭିଯାନ

ଜନ ଶିକ୍ଷଣ ସଂସ୍ଥାନର “ହର ଘର ତ୍ରିରଙ୍ଗା” ଅଭିଯାନଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରାଳୟ ଅଧୀନରେ ପୁରୀ ଜିଲ୍ଲାରେ ପ୍ରତିଷ୍ଠିତ ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଜନ ଶିକ୍ଷଣ ସଂସ୍ଥାନ ତରଫରୁ ପୁରୀ ସର୍ବୋଦୟ ନଗର ସ୍ଥିତ କାର୍ଯ୍ୟାଳୟ ପରିସରରେ “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ବିଭିନ୍ନ ତାଲିମ ବର୍ଗର ୮୦ ପ୍ରଶିକ୍ଷାର୍ଥୀ ଙ୍କୁ ନେଇ “ମୋ ତ୍ରିରଙ୍ଗା, ମୋର ଗର୍ବ” ଏବଂ “ଦକ୍ଷ ହୁଅ ସ୍ବାଧୀନ ହୁଅ” ବିଷୟବସ୍ତୁ ଉପରେ ଆଧାରିତ ପ୍ରବନ୍ଧ, ବିତର୍କ, ସ୍ଲୋଗାନ ଲେଖା ଏବଂ ଦେଶପ୍ରେମ ନୃତ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଜନ ଶିକ୍ଷଣ ସଂସ୍ଥାନର ନିର୍ଦେଶକ ଶ୍ରୀଯୁକ୍ତ ଜ୍ଞାନ ବିକାଶ ଗଜେନ୍ଦ୍ର ଯୋଗଦେଇ ବାର୍ତାଦେଇ କହିଥିଲେ ଯେ, ପ୍ରତ୍ୟେକ ନାଗରିକଙ୍କ ପାଇଁ ସ୍ବାଧୀନତା, ଏକତା ଏବଂ ରାଷ୍ଟ୍ର ନିର୍ମାଣର ଆଦର୍ଶ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃନିର୍ମାଣ କରିବାର ଏକ ସୁଯୋଗ। ଜନ ଶିକ୍ଷଣ ସଂସ୍ଥାନ “ହର ଘର ତ୍ରିରଙ୍ଗା” ଅଭିଯାନକୁ ଏକ ଜନ ଆନ୍ଦୋଳନ ଭାବରେ ପାଳନ କରିଛି, ପ୍ରତ୍ୟେକ ପରିବାରକୁ ଗର୍ବର ସହିତ ଜାତୀୟ ପତାକା ଉତ୍ତୋଳନ କରିବା ଏବଂ ଦେଶପ୍ରେମ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରୁଛି। “ହର ଘର ତ୍ରିରଙ୍ଗା” – ହର ଦିଲ ତ୍ରିରଙ୍ଗା” ବିଷୟବସ୍ତୁ ଏକତା, ଶ୍ରମର ମର୍ଯ୍ୟାଦା ଏବଂ ଏକ କୁଶଳୀ, ଆତ୍ମନିର୍ଭରଶୀଳ ରାଷ୍ଟ୍ରର ଗର୍ବର ପ୍ରତୀକ। ଏହି ଭାବନାରେ, ଜନ ଶିକ୍ଷଣ ସଂସ୍ଥାନ ଏହାର ସମସ୍ତ ତାଲିମ କେନ୍ଦ୍ର ଏବଂ ସମସ୍ତ ଅଂଶୀଦାରମାନଙ୍କୁ ସ୍ବାଧୀନତା ଦିବସ ଅବସରରେ ଜନ ଭାଗୀଦାରୀ କାର୍ଯ୍ୟକଳାପ ଆୟୋଜନ କରିବାକୁ ଆହ୍ବାନ କରିଛି । ହର ଘର ତ୍ରିରଙ୍ଗା ବିଷୟବସ୍ତୁ ସହିତ “ଦକ୍ଷ ହୁଅ, ସ୍ବାଧୀନ ହୁଅ” (ଦକ୍ଷତା ମାଧ୍ୟମରେ ସ୍ବାଧୀନତା) ବାର୍ଷା ଦିଆଯାଇଛି। ଏହି ହଁର ଘର ତିରଙ୍ଗା କାର୍ଯ୍ୟକ୍ରମର ସଫଳ ରୂପାୟନ ନିମିତ୍ତ, ଜନ ଶିକ୍ଷଣ ସଂସ୍ଥାନର କାର୍ଯ୍ୟକ୍ରମ ଅଧୂକାରୀ ଶ୍ରୀ ଶଶୀ ଭୂଷଣ ଦତ୍ତ, ସହ କାର୍ଯ୍ୟକ୍ରମ ଅଧୂକାରିଣୀ ନିକି ପ୍ରଧାନ, ଶ୍ରୀ ପ୍ରସାଦ ଦ୍ବିବେଦୀ, ଜୀବନଜିତା ଦାସ, ପ୍ରତାପ ବେହେରା, ବାଦଲ ପରିଡା ଇତ୍ୟାଦି କର୍ମଚାରୀ, ପ୍ରଶିକ୍ଷକ ଏବଂ ପ୍ରଶିକ୍ଷିକା ଦାୟିତ୍ଵ ନିର୍ବାହ କରିଥିଲେ।

Leave a Reply

Your email address will not be published. Required fields are marked *