ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟ ତରଫରୁ “ହର ଘର ତ୍ରିରଙ୍ଗା” ଶୋଭାଯାତ୍ରା

ଦଶପଲ୍ଲା… ଦ୍ଭାରତର ଜନମାନସରେ ଜାତୀୟତାବୋଧ କୁ ଜାଗ୍ରତ କରିବା ଏବଂ ଦ୍ଭାରତୀୟ ଜାତୀୟତାକୁ ଏକାଗ୍ର କରିବାର ଅଭିପ୍ରାୟ ନେଇ ବର୍ତ୍ତମାନର ରାଷ୍ଟ୍ରବାଦୀ ସରକାର ସାରା ଦ୍ଭାରତରେ ତ୍ରୀରଂଗା ଅଭିଯାନକୁ ” ହର୍ ଘର୍ ତ୍ରୀରଂଗା” ନାମରେ ଲୋକାଭିମୁଖି କରିଛନ୍ତି । ଏହି ଅବସରରେ ମହାବୀର କ୍ଷେତ୍ର ଦଶପଲ୍ଲାର ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କୁ ନେଇ ଏକ ବିଶାଳ ତ୍ରୀରଂଗା ଶୋଭାଯାତ୍ରାର ଆୟୋଜନ ହୋଇଥିଲା । ସ୍ଥାନୀୟ ମହାବୀରଙ୍କ ମନ୍ଦିର ସମ୍ମୁଖରୁ ଏହି ତ୍ରୀରଂଗା ଯାତ୍ରାର ଶୁଦ୍ଭାରମ୍ଭ ହୋଇ ଦଶପଲ୍ଳାର ତ୍ରୀନାଥବଜାର ପର୍ଯ୍ୟନ୍ତ ପଦଯାତ୍ରା ହୋଇଥିଲା ।

ବି.ଏସ୍‌. କଲେଜ୍‌ର ଶତାଧିକ ଛାତ୍ରଛାତ୍ରୀ ଏହି ଶୋଦ୍ଭାଯାତ୍ରାରେ ସାମିଲ୍‌ ହୋଇ ନିଜର ଜାତୀୟତାର ନିଦର୍ଶନ ପ୍ରମାଣିତ କରିବା ସହିତ ଦଶପଲ୍ଲା ବାସୀଙ୍କୁ ଜାତୀୟତା ତଥା ଭାରତୀୟତାର ଏକାତ୍ମ ମୂଲ୍ଯ ବୋଧର ବାର୍ତ୍ତା ସଂପ୍ରସାରଣ କରିଥିଲେ । ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟର ଅଧ୍ୟାପକ ଗୁରୁଶ୍ରୀ ମାନସ ରଂଜନ ମିଶ୍ର ଏବଂ ଗୁରୁଶ୍ରୀ ଫକୀରମୋହନ ପଣ୍ଡା ଏହି ସୁନ୍ଦର ଶୋଦ୍ଭାଯାତ୍ରାକୁ ନୂଆ କରି ଆସିଥିବା ପ୍ରିନ୍‌ସିପାଲ୍‌ଙ୍କ ଆଗ୍ରହକ୍ରମେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *