ହରେ କୃଷ୍ଣ,ହରେ ରାମ ମହାମନ୍ତ୍ର ନାମ ସଂକୀର୍ତ୍ତନ ରେ ପ୍ରକମ୍ପିତ ବଲସକୁମ୍ପା
ଭାବ,ଭକ୍ତି.ନିଷ୍ଠା ଓ ହବିଷ ରେ ବହୁ ଆଡ଼ମ୍ବର ସହକାରେ ପାଳନ ହୋଇଛି ଅଷ୍ଟପ୍ରହର ନାମ ଯଜ୍ଞ ଯାତ୍ରା। Vo-୧ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବଲସକୁମ୍ପା ପ୍ରସିଦ୍ଧ ମାଁ ବରାଳଦେବୀ ଙ୍କ ସ୍ଥାନ ବାଉରୀ ଗୁଡ଼ି ପୀଠ ସାହିରେ ସମସ୍ତ ପରିବାର ଓ ମାଁ ଇଷ୍ଟଦେବୀ ଯୁବକଳା ପରିଷଦ ମିଳିତ ଆନୁକୂଲ୍ୟରେ ବୁଧବାର ଦିନଠାରୁ ଦୂତୀୟ ପର୍ଯ୍ୟାୟ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଛି।ପ୍ରଥମ ଦିନରେ ସମସ୍ତେ ନିଷ୍ଠାର ସହିତ ନଦୀ ତୁଠକୁ ଯାଇ କଳସରେ ଜଳପୂର୍ଣ କରି ମାନସିକ ପୂରଣ ପାଇଁ ସଂକଳ୍ପ କରି ନାମ ସଂକୀର୍ତ୍ତନ,ଘଣ୍ଟ,ଶଙ୍ଖ,ମହୁରୀ ହରିବୋଲ,ହୁଳହୁଳି ନାଦରେ ଶୋଭାଯାତ୍ରାରେ ବାହାରି ମାଁ ପ୍ରସିଦ୍ଧ ପ୍ରତ୍ୟକ୍ଷ ଠାକୁରାଣୀ ବରାଳଦେବୀ ଙ୍କ ନିକଟକୁ ଯାଇ ଦର୍ଶନ କରି ମାଁ ଙ୍କୁ ବରଣ କରି ଯଜ୍ଞ ମଣ୍ଡପକୁ ପହଞ୍ଚି ଥିଲେ।Vo-୨ ଯଜ୍ଞ ମଣ୍ଡପରେ ପୁରହିତ ଭାବେ ରତ୍ନାକର ଦାସ ନୀତିକାନ୍ତି ଅନୁସାରେ ପୂଜାର୍ଚ୍ଚନା କରି ସେହିଦିନସେଠାରେ ସମସ୍ତେ ରାତ୍ର ଉଜାଗର ରହି ଗୁରୁବାର ଦିନ ପ୍ରଭାତରୁ ସ୍ନାନସାରି ମହେନ୍ଦ୍ରବେଳା ସମୟରେ ମହାମନ୍ତ୍ର ନାମ ଜନ୍ମ କରିଥିଲେ ସେହିଠୁ ମୃଦୁଙ୍ଗ ତାଳର ସହିତ ହରେ କୃଷ୍ଣ,ହରେ ରାମ ମହାମନ୍ତ୍ର ସଙ୍ଗୀତ ଧୋନୀରେ ପ୍ରକମ୍ପିତ ହେଉଛି ବଲସକୁମ୍ପା ଅଞ୍ଚଳ।ପ୍ରାୟ ୧୨ ଉର୍ଦ୍ଧ ନାମ ସଂକୀର୍ତ୍ତନ ଦଳ ଯୋଗଦେଇ ନିଜର କଳା ପ୍ରଦର୍ଶନ କଟିଛନ୍ତି।ଶତାଧିକ ଶ୍ରଦ୍ଧାଳୁ,ଦର୍ଶକ ଙ୍କ ଭିଡ଼ ଦେଖୁବାକୁ ମିଳିଛି।ଚାରିଆଡ଼େ ଉତ୍ସବ ମୁଖର ହୋଇ ଚଳଚଞ୍ଚଳ ଦେଖା ଦେଇଛି ପରିବେଶ।ଆଜି ପୂର୍ଣାହୁତି ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ରହିଛି।ଅଷ୍ଟପ୍ରହର ଯଜ୍ଞ ଯାତ୍ରା ପରିଚାଳନା କମିଟି ଓ ମାଁ ଇଷ୍ଟଦେବୀ ଯୁବକଳା ପରିଷଦ ସମସ୍ତ ସଦସ୍ୟ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସତର୍କ ଦୃଷ୍ଟି ରଖି ସଜାଗ ରହିଛନ୍ତି।ଆନନ୍ଦ ବଜାର ଖୋଲାହୋଇ ପ୍ରତି ମୁହୂର୍ତ୍ତରେ ଅର୍ଣ୍ଣ ଭୋଜନ କରିବାକୁ ବ୍ୟବସ୍ଥା କରାଯାଇଛି।
