Skip to content
ଡେଲାଙ୍ଗ,୧୩/୦୩-
ହରିରାଜପୁର ମେଳନ ପଡିଆର ମହୋତ୍ସବ ମଂଚରେ ନିମାଇଁ ସାହିତ୍ୟ ସଂସଦ ତରଫରୁ ଏକ ବର୍ଣ୍ଣାଢ୍ୟ ସାରସ୍ବତ ଉତ୍ସବ ସହ ଆଧ୍ୟାତ୍ମିକ କବିତା ଆସର ଅନୁଷ୍ଠିତ ହୋଇଥିଲା।ମେଳନ ପରିଚାଳନା କମିଟିର ସଂଯୋଜକ ତଥା ସମାଜସେବୀ ପ୍ରସନ୍ନ କୁମାର ମହାରଥୀ ଆନୁଷ୍ଠାନିକ ଭାବେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ପ୍ରଦାନ କରି ଧୂପ ଦୀପ ପ୍ରଜ୍ଜ୍ୱଳନ ସହ ଆସରକୁ ଶୁଭ ଉଦ୍ଘାଟନ କରାଇଥିଲେ। ଶିକ୍ଷାବିତ୍ ତ୍ରିଲୋଚନ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ମୂଖ୍ୟ ଅତିଥି ଆସନରେ ଅଳଙ୍କୃତ ଥିଲେ ଡେଲାଙ୍ଗ ବ୍ଲକର ଅଧ୍ୟକ୍ଷା ବାସନ୍ତି ସାହୁ। ଅନ୍ୟତମ ଅତିଥି ଭାବେ ମଂଚାସିନ ହୋଇଥିଲେ ସାମ୍ବାଦିକ ଦିଲ୍ଲିପ ଧାଉଡିଆ, ସମାଜସେବୀ ବିଦ୍ୟାଧର ସାହୁ ଓ ଶିକ୍ଷାବିତ୍ ବାସୁଦେବ ସାହୁ।ସୋମନାଥଙ୍କ ପ୍ରାଚୀନ ମେଳନର ଅୟମାରମ୍ଭ ସଂମ୍ପର୍କରେ ଉଦ୍ବୋଧନ ଦେଇଥିଲେ ଉଦ୍ଘାଟକ ଶ୍ରୀଯୁକ୍ତ ମହାରଥୀ। ଅତିଥି ମାନେ ଆଧ୍ୟାତ୍ମିକ କବିତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଉପସ୍ଥିତ ସମସ୍ତ କବି କବୟିତ୍ରୀ ମାନଙ୍କୁ ପୁଷ୍ପ ଗୁଛ ଦିଆଯାଇ ଅଭିବାଦନ ଜଣାଇଥିଲେ ମହୋତ୍ସବ କମିଟି କର୍ତ୍ତୁପକ୍ଷ। ମଂଚ ପରିଚାଳନା ସହ ସମ୍ପଦନା ଦାୟିତ୍ବ ତୁଲାଇଥିଲେ ମାଟିର ମହକ ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ। ଗୀତାରାଣୀ ରଣଜିତ,ପ୍ରମିଳା ପଟ୍ଟନାୟକ,ମହେଶ୍ବର ବେହେରା,ସଂଜିବ୍ ଦାସ,ସଚ୍ଚିକାନ୍ତ ବିଶ୍ବାଳ,ଅଭିପ୍ସା ପ୍ରିୟଦର୍ଶିନୀ,ଝୁମୁରୀ ସାହୁ,ସତ୍ୟମ୍ଜିତ୍ ଧାଉଡିଆ ସମେତ ପ୍ରାୟ ତିରିଶ ଜଣରୁ ଉର୍ଦ୍ଧ କବି ସ୍ବରଚିତ ଆଧ୍ୟତ୍ମିକ କବିତା ପାଠ କରିଥିଲେ। ଦାଶରଥି ମହାନ୍ତି ଓ ବିଶ୍ବ ରଂଜନ ମହାନ୍ତି ସହଯୋଗ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ବାଉରୀ ବନ୍ଧୁ ପ୍ରଧାନ।
Views: 210