ହାବିଲଦାର- କନେଷ୍ଟବଳ ସଂଘ ନିର୍ବାଚନ ଯାମିନୀ କାନ୍ତ ସଭାପତି ଗଗନ ସମ୍ପାଦକ ନିର୍ବାଚିତ
ଓଡିଶା ପୋଲିସ ହାବିଲଦାର- କନେଷ୍ଟବଳ ସଂଘ ର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି ଭଦ୍ରକ ଜିଲ୍ଲାରେ କାର୍ଯ୍ୟରତ ୧୨୨୦ ପୁଲିସ କର୍ମଚାରୀ ଏହି ନିର୍ବାଚନ ରେ ସାମିଲ ହୋଇ ସେମାନଙ୍କ ନେତା ବାଛିଛନ୍ତି, ଭଦ୍ରକ ସଂଘ ର ସଭାପତି ଭାବେ ଯାମିନୀ କାନ୍ତ ପ୍ରଧାନ ନିର୍ବାଚିତ ହୋଇଛନ୍ତି ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦି ସତ୍ଯାଶିଷ ତ୍ରିପାଠୀଙ୍କୁ ୧୨୦ ଖଣ୍ଡ ଭୋଟ ବ୍ୟବଧାନ ରେ ହରାଇଛନ୍ତି ସେହିଭଳି ଉପସଭାପତି ଭାବେ ଦେବାଶିଷ ମହାନ୍ତି, ସମ୍ପାଦକ ଭାବେ ଗଗନ କୁମାର ସେନ, ସହ ସମ୍ପାଦକ ଭାବେ ବସନ୍ତ କୁମାର ମାଝୀ, ଲାଲ ସଂଗ୍ରାମ ଜେନା ନିର୍ବାଚିତ ହୋଇଛନ୍ତି , କୋଷାଧ୍ୟକ୍ଷ ଭାବେ ଅର୍ଜୁନ କୁମାର ସାମଲ ଜିତିଛନ୍ତି, ଅଭୟ ସେଠୀ ଦୟାନିଧି ମୁର୍ମୁ ,ସତ୍ଯ ଜିତ ମଲ୍ଲିକ, ପ୍ରଦ୍ୟୁମ୍ନ ମହାପାତ୍ର, ଓ ହରେକୃଷ୍ଣ ମଲ୍ଲିକ ପ୍ରମୁଖ ୫ ସଦସ୍ଯ ଭାବେ ବିଜୟୀ ହୋଇଛନ୍ତି, ଗତ ୩୧ ତାରିଖ ସଂଘ ର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଅତିରିକ୍ତ ଏସ୍ପି ତଥା ନିର୍ବାଚନ ଅଧିକାରୀ ବିଜୟ ଶଙ୍କର କେରକେଟା ଙ୍କ ନିକଟ ରେ ଦାଖଲ ହୋଇଥିଲା ,
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ reporter
