ଘରୁ ବାହାରି ଯାଉ ଥିବା ସମୟରେ କିଛି ଛିନତାଇ ଆକ୍ରମଣରେ ଶୀକାର ହୋଇ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

Date:- 29/08/2025 Place:- ଭଦ୍ରକ:- ହଁ ଦର୍ଶକ ବନ୍ଧୁ ଆପଣ ମାନେ ଶୁଣି ଲେ ଆଶ୍ଚର୍ଯ୍ୟ ଲାଗିବ । ପୁରୁଣା ବଜାର ଅଞ୍ଚଳ ବାସୀ ଙ୍କ ଦୁଃଖ ବଢି ଚାଲିଛି ଆଜ୍ଞା। କେଉଁଠି ବ୍ରାଉନ ସୁଗାର ଧରାପଡୁଛି,ତ କେଉଁଠି ମଦ ଗଞେଇ, ଡ୍ରଗସ ର ହବ ସେଣ୍ଟ ର ପୁରଣା ବଜାର ଅଞ୍ଚଳ ର ଆଜ୍ଞା ଛୋଟ ଛୋଟ ପିଲା ଡ୍ରଗସ ଖାଇ ଦିନ ରେ ଉତ୍ପାତ କରୁଛନ୍ତି। କିନ୍ତୁ ପୋଲିସ ପ୍ରଶାସନ ଚିର ନିଦ୍ରା ରେ। ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ଫଳ ଶୂନ୍ୟ ଆଜ୍ଞା। ଏ ଦୃଶ୍ୟ ଆଜ୍ଞା ପୁରୁଣା ବଜାର ଏରିୟାରେ। ଦର୍ଶକ ବନ୍ଧୁ ଆପଣ ମାନେ ଦେଖି ପାରୁଥିବେ ଇମତାଜ ଖାଁ ନାମକ ଜଣେ ପିଲା ଘର ବିଷ୍ଣୁ ପୁର ଠାରୁ ଦୋକାନ ଖୋଲିବା ପାଇଁ କଚେରୀ ଯିବାକୁ ଏକ ବାଇକ୍ ଯାହାର ନମ୍ବର OR 22 C 5203

ବାହାରି ମହାବୀର ପଡିଆ ପାଖରେ ଯିବା ସମୟ ରେ କିଛି ଦୁର୍ବୃତ ଗାଡି ଆସି ଇମତାଜ ଖାଁ କୁ ଅଟକାଇ ନିର୍ଦ୍ଧୁମ ଛେଚି ଥିଲେ । ଛୁରି ରେ ଆକ୍ରମଣ କରିବାକୁ ଯାଉଥିବା ସମୟ ରେ ରାସ୍ତା ରେ ଲୋକ ମାନଙ୍କ ପାଟି ଶୁଣି ଦୃର୍ବୁତ୍ତ ପଳାଇ ଯାଇଥିଲେ। ସୁନା ହାର ସହିତ କିଛି ଟଙ୍କା ନେଇ ଯାଇ ଥିଲେ। ଇମିତାଜ ଖାଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁରୁଣା ବଜାର ଥାନା ରେ ଅଭିଯୋଗ କରାଯାଇଛି। ପୋଲିସ ପ୍ରଶାସନ ଙ୍କୁ ବାରମ୍ବାର ଅଭିଯୋଗ କରି ଥିଲେ ମଧ୍ଯ ଡ୍ରଗସ ଖାଇ ଉତ୍ପାତ ହେଉ ଥିବା ଲୋକଙ୍କୁ ପ୍ରଶାସନ ଧରିବାରେ ବିଫଳ ହୋଇଛି।

Leave a Reply

Your email address will not be published. Required fields are marked *