ଅବକାରୀ ବିଭାଗର ସବଇନ୍ସପେକ୍ଟର ଅଫିସ ଭିତରେ ମଦ୍ୟ ପାନ କରି ନିଲମ୍ବିତ ।

କେନ୍ଦ୍ରାପଡ଼ା:୧୬/୭-ଜିଲ୍ଲା ଅବକାରୀ ବିଭାଗର ସବଇନ୍ସପେକ୍ଟର ସରୋଜ ବାଗଙ୍କ ମଦ ପିଆର ଭିଡ଼ିଓ ଅବକାରୀ ବିଭାଗର ସବଇନ୍ସପେକ୍ଟର ଅଫିସ ଭିତରେ ମଦ୍ୟ ପାନ କରି ନିଲମ୍ବିତ ।ଓ ଫଟୋ ସାମାଜିକ ଗଣମାଧ୍ୟମ ରେ ଭାଇରାଲ ହେବା ପରେ ଶ୍ରୀଯୁକ୍ତ ବାଗଙ୍କୁ ନିଲମ୍ବିତ କରାଯାଇଛି ।ଟିକେ ଭଲ ଭାବରେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ ଡିଉଟି ସମୟରେ ପୁଣି ଅଫିସ ଭିତରେ ବେଧଡକ ଭାବେ ଟେବୁଲ ଉପରେ ରଖି ଚାଲିଛି ମଦ୍ୟପାନ ।ଜଣେ କାର୍ଯ୍ୟରତ ସରକାରୀ କର୍ମଚାରୀ ଏଭଳି କାର୍ଯ୍ୟ ନିଶ୍ଚିତ ଭାବେ ନିନ୍ଦନୀୟ ।ଅଫିସ ଭିତରେ ଅନ୍ୟ ସବୁ କର୍ମଚାରୀ ଥିଲେ ମଧ୍ୟ ଶ୍ରୀ ବାଗ କିଭଳି ଦୁଃସାହାସିକ ପଦକ୍ଷେପ ନେଲେ ତାହା ଏବେ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ କମିଶନର ଆଶିଷ ସିଂଙ୍କ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।ଅନ୍ୟପକ୍ଷରେ ଶ୍ରୀ ବାଗ ମଦ୍ୟପାନ ଘଟଣା କୁ ଖଣ୍ଡନ କରି ଆପେ ଜୁସ୍ ପିଉଥିଲେ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

Leave a Reply

Your email address will not be published. Required fields are marked *