ପାରିବାରିକ ଅଶାନ୍ତିରୁ କିରାସିନି ଢାଳି ପ୍ରଧାନଶିକ୍ଷୟିତ୍ରୀଙ୍କ ଆତ୍ମହତ୍ୟା

ଅସ୍ତରଙ୍ଗ,ଅସ୍ତରଙ୍ଗ ବ୍ଲକ୍ ଆଳସାହି ପଞ୍ଚାୟତ ବେଘାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପ୍ରେମଲତା ବେହେରା(୫୪) କିରାସିନି ଢାଳି ଆତ୍ମହତ୍ୟା କରିଛନ୍ତି। ରବିବାର ମଧ୍ୟାହ୍ନ ପ୍ରାୟ ୨ଟା ବେଳେ କିରାସିନି ଢାଳି ହୋଇ ନିଆଁ ଲଗାଇ ଦେଇଥିଲେ। ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିଲା। ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।

ପରେ ଭୁବନେଶ୍ଵରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପାରିବାରିକ କଳହରୁ ପ୍ରେମଲତା ଆତ୍ମହତ୍ୟା କରିଥିବା କୁହାଯାଉଛି। ଅରପକ୍ଷରେ ପ୍ରେମଲତା ଯାଉଥିବା ଆମ୍ବୁଲାନ୍ସରେ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର କାମ କରୁନଥିଲା। ଫଳରେ ତାଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *