ଛୋଟ ଜାତି ବୋଲି ଗେଷ୍ଟ ମାନଙ୍କ ପାଇଁ ରୋଷେଇ କରିବାକୁ ପାଚିକାଙ୍କୁ ମନାକଲେ ପ୍ରଧାନ ଶିକ୍ଷୟତ୍ରୀ

କୋଣାର୍କ:-10/04/2025 ଛୋଟ ଜାତି ବୋଲି ଗେଷ୍ଟ ମାନଙ୍କ ପାଇଁ ରୋଷେଇ କରିବାକୁ ପାଚିକାଙ୍କୁ ମନାକଲେ ପ୍ରଧାନ ଶିକ୍ଷୟତ୍ରୀ ; ଥାନାରେ ମାମଲା ରୁଜୁ, ଅଭିଯୋଗକୁ ଖଣ୍ଡନ କଲେ ଶିକ୍ଷୟତ୍ରୀ :- ପୁରୀ ଜିଲ୍ଲା ଗୋପ ଶିକ୍ଷା ମଣ୍ଡଳ ଅଧିନରେ ଥିବା କୋଣାର୍କ ଏନଏସି ୫ନମ୍ବର ୱାର୍ଡରେ ଥିବା ଡାଳିମ୍ବ ଗୋରଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସ୍ନେହମୟୀ ସ୍ବାଇଁ ଓ ଅଙ୍ଗନ ବାଡ଼ି କେନ୍ଦ୍ରରେ ଥିବା ସୟାୟିକା କଳ୍ପନା ଲେଙ୍କା ନାରେ କୋଣାର୍କ ଥାନାରେ ସାଙ୍ଗାତିକ ଲିଖିତ ଅଭିଯୋଗ କଲେ ଡାଳିମ୍ବଗୋରଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପାଚିକା ଭାବେ କାର୍ଯ୍ୟ କରୁଥିବା ରିତା କାଣ୍ଡି । ନିଜର ହରିଜନ ଯାତୀକୁ ନେଈ ଅଶ୍ଳିଳ ଭାଷାରେ ଗାଳି ଗୁଳଜ କରିବା ସହ ତୁ ରୋଷେଇ କଲେ କେହି ଖାଇବେ ନାହିଁ। ସ୍କୁଲକୁ ଆସିଥିବା ଗେଷ୍ଟେମାନେ ଖାଇବେ ନାହିଁ।ତେଣୁ ଏଠାରୁ ପଳାଇଯା। ସ୍କୁଲ୍ ଫଙ୍କସନ୍ ହେଉଥିବା ଦିନ ଘଟିଛି ଏପରି ଅଭାବନୀୟ ଘଟଣା। ଏହି ଘଟଣା ସ୍କୁଲ ଭିତରେ ହୋଇଥିବାରୁ ରିତାକୁ ବହୁତ କଷ୍ଟ ଦେଇଥିଲା। ସ୍କୁଲ ଭିତରୁ କାନ୍ଦି କାନ୍ଦି ଘରକୁ ଆସି ମାନସିକ ଭାରସାମ୍ୟ ହରାଇ ଶେଷରେ ଗତ ୩ ତାରିଖରେ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ ରିତା। ରିତାଅଭିଯୋଗ ପାଇଁ କୋଣାର୍କ ପୋଲିସ ନିରବ ବସିଥିବା ବେଳେ ଗତକାଲି ତାଙ୍କ ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବା ଦେଖି କୋଣାର୍କ ପୋଲିସ ୫୨/୨୦୨୫ ରେ ଏକ ହରିଜନ ଆଦିବାସୀ କେଶ ରୁଜ୍ଜୁକରି ତଦନ୍ତ ଚଳାଇଛନ୍ତି। ସବ ଇନ୍ସପେକ୍ଟର ସଂଘମିତ୍ରା ଚାନ୍ଦ ଘଟଣା ସ୍ଥଳରେ ପହଞ୍ଚି ବିଧିବଦ୍ଧ ତଦନ୍ତ କରିଛନ୍ତି। ପାଚିକା, ପ୍ରଧାନ ଶିକ୍ଷୟତ୍ରୀ ଓ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ପଚରା ଉଚୁରା ଜାରି ରଖିଛନ୍ତି ପୋଲିସ । ଅପରପକ୍ଷରେ ପ୍ରଧାନ ଶିକ୍ଷୟତ୍ରୀ ପାଚିକାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ସେଦିନ ଆସିଥିବା ମୁ ଦେଖିନି କି ତାଙ୍କୁ କିଛି କହିନି ବୋଲି ସଫେଇ ଦେଇଛନ୍ତି। ରାଜନୈତିକ ବ୍ୟକ୍ତିଙ୍କ ସହଯୋଗରେ ମନ୍ଦ ଉଦ୍ଦେଶ୍ୟ ରଖି ଏଭଳି ମିଥ୍ୟା ଅଭିଯୋଗ ବୋଲି ନିଜର ମତ ପ୍ରକାଶ କରିଛନ୍ତି।

କୋଣାର୍କରୁ ଜ୍ଞାନ ରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *