ଜାତୀୟ ଫାର୍ମାସୀ ଶିକ୍ଷା ଦିବସରେ ସ୍ୱାସ୍ଥ୍ୟ ସେବା ଶିବିର
କୋଣାର୍କ ୨୩.୦୩.୨୦୨୩ କୋଣାର୍କ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ଏସ. ଏସ. ଡି, ପରିସରରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ପୁରୀ ସ୍ଥିତ କଲେଜ ଅଫ ଫର୍ମାସିଟିକାଲ ସାଇନ୍ସ ପକ୍ଷରୁ ଜାତୀୟ ଫାର୍ମାସୀ ଶିକ୍ଷା ଦିବସ ଅବସରରେ ଆୟୋଜିତ ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ କଲେଜର ଅଧକ୍ଷ ପ୍ରଫେସର ଅମୀୟକାନ୍ତ ମିଶ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମାଜସେବୀ ରାମକୃଷ୍ଣ ମହାନ୍ତିଙ୍କ ଅଧକ୍ଷ୍ୟତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ପ୍ରଦୀପ ପଣ୍ଡା, ଏଚ ଓ ଡି ପ୍ରଫେସର ଚିନ୍ମୟ କେଶରୀ ସହୁ, ସହକାରୀ ପ୍ରଫେସର ଯଶସ୍ବୀ ରାୟ, ସୁନିତା ମିଶ୍ର, ଅନୁପ ପାତ୍ର ପ୍ରମୁଖ ସ୍ୱାସ୍ଥ୍ୟ ସେବା ସମ୍ପର୍କ ରେ ଆଲୋକପାତ କରିଥିଲେ ।

ଶିବିରରେ ଚାରିଶହରୁ ଉର୍ଦ୍ଧ୍ବ ରୋଗୀ ଚିକିତ୍ସିତ ହୋଇଥିଲେ । ଶେଷରେ ଶିକ୍ଷକ ସୂର୍ଯ୍ୟକାନ୍ତ ମିଶ୍ର ସମସ୍ଥଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
