ବିଶ୍ବ ମହିଳା ଦିବସ ଉପଲକ୍ଷେ ସାସ୍ଥ୍ୟ ମହାସଭା 3.0

ବ୍ରହ୍ମପୁର ୯/୦୨/୨୬ ବିଶ୍ବ ମହିଳା ଦିବସ ଉପଲକ୍ଷେ ସ୍ବାସ୍ଥ୍ୟ ମହାସଭ ୩.୦ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ବ୍ରହ୍ମପୁରର ରୋଟାରୀ କ୍ଲବ୍ ପକ୍ଷରୁ ଗଞ୍ଜାମ କଳାପରିଷଦ କବିସୂର୍ଯ୍ୟ ରଙ୍ଗମଞ୍ଚ କକ୍ଷରେ ପାଳିତ ହୋଇଥିଲା । ମାଗଣାରେ ଏକ ସ୍ୱାସ୍ଥ୍ୟ ଶିବିର ଓ କୁନିକୁନି କନ୍ଯାଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଛି । ମାଗଣାରେ ECG ଏବଂ BMD ପରୀକ୍ଷା , ଡାକ୍ତର ପରାମର୍ଶ ସହିତ ସନ୍ଧ୍ୟାସମୟରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୁର୍ବତନ ବାଚସ୍ପତି ରାମଚନ୍ଦ୍ର ପଣ୍ଡା ଯୋଗଦେଇ ନିଜ ଅଭିଭାଷଣରେ ପରିବାର ଓ ସମାଜର ସମୃଦ୍ଧିରେ ମହିଳାମାନଙ୍କ ଅବଦାନ ଅତୂଳନୀୟ ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଅଧ୍ଯାପିକା ଡଃ ସନ୍ଧ୍ଯାରାଣୀ ପଟ୍ଟନାୟକ ସମାଜସେବା କ୍ଷେତ୍ରରେ ହେଉ ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନଙ୍କ ଉଲ୍ଲେଖନୀୟ ଅବଦାନ ରହିଛି ବୋଲି ମତାମତ ରଖିଛନ୍ତି । ସେ ବିଜ୍ଞାନ ହେଉ କି କ୍ରୀଡ଼ା ବା ରାଜନୈତିକ କ୍ଷେତ୍ରରେ ହେଉ ମହିଳାଙ୍କ ଅବଦାନକୁ ଭୁଲି ହୁଏ ନାହିଁ ପରିବାରକୁ ମଧ୍ୟ ସୁସ୍ଥ ସୁଦୃଢ଼ ଭାବେ ଗଢ଼ି ଥାଆନ୍ତି , ସନ୍ତାନ ମାନଙ୍କୁ ଉତ୍ତମ ଶିକ୍ଷା , ସଂସ୍କାର, ମୂଲ୍ୟବୋଧ ଦେଇ ଉତ୍ତମ ନାଗରିକ ଗଠନ କରିବାରେ ଓ ସୁସ୍ଥ ସମାଜ ଗଠନରେ ମହିଳା ମାନଙ୍କ ଅବଦାନ ଅତୁଳନୀୟ ରହିଛି ବୋଲି ଅଧ୍ଯାପିକା ସନ୍ଧ୍ଯାରାଣୀ ପଟ୍ଟନାୟକଙ୍କ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *