ସ୍ୱାସ୍ଥ୍ୟ ପରାମର୍ଶ ଓ ରକ୍ତଦାନ ଶିବିର ନୟାହାଟ ରେ ଅନୁଷ୍ଠିତ

10.10.2023ରିଖ ମଙ୍ଗଳବାର କାକଟପୁର ମା ମଙ୍ଗଳା ଙ୍କ ପୀଠ ନୟାହାଟ ହାଡିବନ୍ଧୁ ସୁନ୍ଦରୀ କଲ୍ୟାଣ ମଣ୍ଡପ ଠାରେ ନିଖିଳ ଉତ୍କଳ ଶୁଣ୍ଢି ସମାଜ ତରଫୁରୁ ଏକ ମାଗଣା ମେଘା ସ୍ୱାସ୍ଥ୍ୟ ପରୀକ୍ଷଣ ଔଷଧ ବିତରଣ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି. ହାଇଟେକ ମେଡିକାଲ କଲେଜ ର ବିଭିନ୍ନ ବିଭାଗ ର ଅଭିଜ୍ଞତା ଡାକ୍ତରୀ ଦଳ ଙ୍କ ସହାୟତାରେ ରକ୍ତ ଶିବିର ସକାଳ 9 ଘଟିକାରୁ ଆରମ୍ଭ ହୋଇ ଦିବା 4ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା. ପ୍ରାୟ 300ସହରୁ ଉର୍ଦ୍ଧ ରୋଗୀ ମାନଂକର ଚିକିତ୍ସା କରାଯାଇ ଔଷଧ ଦିଆ ଯାଇଥିଲା । ଶିବିର ଟି ସମ୍ପୂର୍ଣ ନିଶୁକ ଥିବାରୁ ରୋଗୀମାନେ ଆନନ୍ଦ ଅନୁଭବ କରିଥିଲେ. ପ୍ରାୟ 50ଜଣ ରକ୍ତ ଦାତା ରକ୍ତ ଦାନ କରିଥିଲେ. ରକ୍ତ ଦାନ କାର୍ଯ୍ୟକ୍ରମ କୁ କଟକ ରେଡକ୍ରସ ସୋସାଇଟି ସମ୍ପୂର୍ଣ ସହାୟତା କରିଥିଲେ । ହାଇ ଟେକ ମେଡିକାଲ କଲେଜ ର ଉପସଭାପତି ଶ୍ରୀଯୁକ୍ତ ମନୋଜ ଦାସ ପୁର୍ଣ ସମୟ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁପରିଚାଳନା କରିଥିଲେ.ବରିଷ୍ଠ ଡାକ୍ତର ଦୋରାରମା ରାଓ ମାର୍ଗଦର୍ଶନ କରିଥିଲେ. ନିଖିଳ ଉତ୍କଳ ଶୁଣ୍ଢି ସମାଜର ସଭାପତି ଶ୍ରୀଯୁକ୍ତ ବିକ୍ରମ କିଶୋର ସାହୁ ସହ ପତ୍ନୀ ଙ୍କ ଉପସ୍ଥିତ ରହି ଏହି ଶିବିରର ସମସ୍ତ ଵେବସ୍ତା ତଦାରଖ କରିଥିଲେ. ସ୍ଥାନୀୟ କର୍ମକର୍ତା ପ୍ରଫେସର ବସନ୍ତ ସାହୁ ସହ ପତ୍ନୀ ଙ୍କ ଉପସ୍ଥିତ ରହି ସହଯୋଗ କରିଥିଲେ. ଜାତିର ଉପଦେଷ୍ଟା ଶ୍ରୀ କୋଦଣ୍ଡଧର ଚୌଧୁରୀ ଶ୍ରୀ ବିଦ୍ୟଧାର ପାଇକରାଇ ପୂର୍ବତନ ଉପଦେଷ୍ଟା ଭାରତ ମଣ୍ଡଳ ସାଧାରଣ ସମ୍ପାଦକ ଉଦୟନାଥ ସାହୁ ଶ୍ରୀ ଦିଲିପ ସାହୁ ଶ୍ରୀ ମଙ୍ଗରାଜ ସାହୁ ଶ୍ରୀ ପ୍ରଭାତ କୁମାର ସାହୁ ଓ ନୟାହାଟ ଶୁଣ୍ଢି ସାହି ଏବଂ ସ୍ଥାନୀୟ କର୍ମକର୍ତା ମାନେ ପୂର୍ଣ୍ଣ ସହଯୋଗ କରି ଶିବିରକୁ ସାଫଲ୍ୟ ମଣ୍ଡିତ କରିଥିଲେ । ନୟାହାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଶ୍ରୀଯୁକ୍ତ ରତିକାନ୍ତ ଦାସ ଙ୍କ ନେତୃତ୍ୱ ରେ ପୂର୍ଣ୍ଣ ସହଯୋଗ କରିଥିଲେ । ପରିଶେଷରେ ସମସ୍ତ ଡାକ୍ତରୀ ଦଳ ଓ ହାଇଟେକ କତୃପକ୍ଷ ଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନାଜ୍ଞାପନ କରାଯାଇ ସମାରୋହ କରାଯାଇଥିଲା । ସମାଜ ପକ୍ଷ ରୁ ସମସ୍ତ ଙ୍କୁ ସାଧୁବାଦ ଓ ଧନ୍ୟବାଦ ଦିଆଯାଇଥିଲା ।

ରିପୋର୍ଟର ହରେକୃଷ୍ଣ )

Leave a Reply

Your email address will not be published. Required fields are marked *