ସ୍ଵସ୍ଥ ନାରୀ ଓ ସଶକ୍ତ ପରିବାର” ଅଭିଯାନ କାର୍ଯ୍ୟକ୍ରମ ସଫଳତାର ସହିତ ପୁରୀ ଜିଲ୍ଲାରେ ଅନୁଷ୍ଠିତ ହୋଇ ଯାଇଛି |
ପୁରୀ :- ୧୭/୦୯/୨୦୨୫ଆଜି “ସ୍ଵସ୍ଥ ନାରୀ ଓ ସଶକ୍ତ ପରିବାର” ଅଭିଯାନ କାର୍ଯ୍ୟକ୍ରମ ସଫଳତାର ସହିତ ପୁରୀ ଜିଲ୍ଲାରେ ଅନୁଷ୍ଠିତ ହୋଇ ଯାଇଛି | ଏହି ଅଭିଯାନ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ଉପକେନ୍ଦ୍ର) ଓ ବିଦ୍ୟାଳୟ ଆଦିରେ ଆଜି ୧୭ ସେପ୍ଟେମ୍ବରଠାରୁ ଆରମ୍ଭ ହୋଇ ୨ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁ ରହିବ | ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିବିର ମାଧ୍ୟମରେ ଜନସଚେତନତା କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ ପରୀକ୍ଷା, ସ୍ୱାସ୍ଥ୍ୟ ସେବା ଏଥିସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଯାହାକି ଏକ ପେଡ୍ ମା କେ ନାମ୍ (ଗୋଟିଏ ବୃକ୍ଷ ମାଙ୍କ ନାମ ରେ) ମଧ୍ୟ ଅନୁଷ୍ଠିତ ହୋଇଯାଇଛି | ଏହି ଅଭିଯାନରେ ନାରୀ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା, ସ୍ୱାସ୍ଥ୍ୟ ସେବା ସହିତ ପ୍ରତ୍ୟକ ବୟସର ଝିଅମାନଙ୍କର ବିଶେଷକରି କିଶୋରୀ ମାନଙ୍କ ଋତୁସ୍ରାବ ଜନିତ ପାରିଛନତା ଓ ରକ୍ତ ହୀନତା ଭଳି ସ୍ୱାସ୍ଥ୍ୟ ପରୀକ୍ଷା ୨ ଅକ୍ଟୋବର ପର୍ଯ୍ୟନ୍ତ କରାଯିବ | ଏଥି ସହିତ ରକ୍ତ ପରୀକ୍ଷା, ରକ୍ତଦାନ ଶିବିର, ଅଣ ସଂକ୍ରାମକ ରୋଗ ପରୀକ୍ଷା, ରକ୍ତହୀନତା ର ପରୀକ୍ଷା, ରକ୍ତ ଶର୍କରା ପରୀକ୍ଷା, ରକ୍ତ ଶିକୁଳି ପରୀକ୍ଷା, ଗର୍ଭବତୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଟୀକା କରଣ କାର୍ଯ୍ୟକ୍ରମ, ଯକ୍ଷ୍ମା ରୋଗ ପରୀକ୍ଷା ଇତ୍ୟାଦି ଏହି ଶିବିରରେ ଆୟୋଜନ କରଯାଇଛି | ତେଣୁ ଜିଲ୍ଲାର ସମସ୍ତଙ୍କୁ ଅନୁରୋଧ “ସ୍ଵସ୍ଥ ନାରୀ ଓ ସଶକ୍ତ ପରିବାର” ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇ ଏହି କାର୍ଯ୍ୟକ୍ରମକୁ ସଫଳ କରନ୍ତୁ | ଏହି ଶିବିର ସମସ୍ତ ୧୬ ଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ୪୪ ଟି ପ୍ରାଥମିକ ସ୍ୱାସ୍ଥ୍ୟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ୫ଟି ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ୨୪୧ ଟି ଉପସ୍ୱାସ୍ଥ୍ୟ ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ,ଏବଂ ୭ଟି ସହରାଂଚଳ ଉପସ୍ବାସ୍ଥ୍ୟ ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଆଜି ଠାରୁ ଆରମ୍ଭ କରାଯାଇଛି | ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାର ପାଖା ପାଖି ୭ ଲକ୍ଷ ମହିଳା ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାର ଲକ୍ଷ ରଖାଯାଇଛି | ତେବେ ଆଜି ଏହି କାର୍ଯ୍ୟକ୍ରମରେ ୫୦ ହଜାର ରୁ ଉର୍ଦ୍ଧ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି |
