ଅସ୍ତରଙ୍ଗ ସ୍ବାସ୍ଥ୍ୟ କେନ୍ଦ୍ରରେ ” ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ”

ଅସ୍ତରଙ୍ଗ-; – କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ମିଳିତ ଆନୁକୁଲ୍ୟରେ ରାଷ୍ଟ୍ରୀୟ ପୋଷଣ ମାସ ଓ ମାତୃ ବନ୍ଦନା ଯୋଜନା ଅନୁଯାୟୀ ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ” ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ” ମଙ୍ଗଳବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଜଗସିଂହପୁର ସାଂସଦ ଡଃ ବିଭୁ ପ୍ରସାଦ ତରାଇ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମେଡ଼ିକାଲ ଅଧିକ୍ଷକ ଡଃ ସଞ୍ଜୟ କୁମାର ପ୍ରଧାନଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ଉପ ସ୍ବାସ୍ଥ୍ୟ ଅଧିକାରୀ ନାରାୟଣ ପ୍ରାସାଦ ନନ୍ଦ, ସାଂସଦ ଜିଲ୍ଲା ପ୍ରତିନିଧି ସୁଦର୍ଶନ ସ୍ବାଇଁ , ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ବିଡ଼ିଓ ସସ୍ମିତା ବେହେରା, ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ, ବ୍ଳକ୍ ଅଧ୍ୟକ୍ଷା ଆରତୀ ନାଏକ, ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରିୟବ୍ରତ ବିଶ୍ବାଳ, ସିଡିପିଓ ଲୋଚନା ସେଠୀ, ସାଂସଦ ପ୍ରତିନିଧି ଦିବାକର ଛାଟୋଇ, ଅଧିକାରୀ ବେହେରା, ଈଶ୍ୱର ଚନ୍ଦ୍ର ବେହେରା, କାଳିଆ ନାୟକ, ମଙ୍ଗରାଜ ମୁଦୁଲି, ରାକେଶ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ।

ରାଷ୍ଟ୍ରର ସ୍ବାସ୍ଥ୍ୟ ପରିଦୃଶ୍ୟରେ ପରିବର୍ତ୍ତନ ଲକ୍ଷ ନେଇ ସାରା ଦେଶରେ ସମର୍ପିତ ଚିକିତ୍ସା ଏବଂ ସ୍ବାସ୍ଥ୍ୟ ଶିବିର ଆୟୋଜନ, ରାଷ୍ଟ୍ରୀୟ ପୋଷଣ ମାସର ଉଦ୍‌ଘାଟନ ତଥା ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଅଧିନରେ ମାତୃତ୍ବ ସେବା ପ୍ରଦାନ ଆଦି ବହୁବିଧ ସୁବିଧା ସୁଯୋଗର ଫାଇଦା ଉଠାଇବା ପାଇଁ ମହିଳା ମାନଙ୍କ ପାଇଁ ଏକ ଅତ୍ୟନ୍ତ ଜରୁରୀ ଓ ଆବଶ୍ୟକତା ନେଇ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ ବୋଲି ଅତିଥି ମାନେ ସୁଚନା ଦେଇଥିଲେ। କାର୍ଯ୍ୟକ୍ରମକୁ ଆଶୁତୋଷ ଜେନା ସଂଯୋଜନା କରିଥିବା ବେଳେ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରିଣୀ ତରୁ ଲତା ନାୟକ ଓ ବ୍ଳକ୍ କାର୍ଯକ୍ରମ ପ୍ରବନ୍ଧକ ସୁନୀଲ କୁମାର ସାମନ୍ତସିଂହାର ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *