ରାଜ୍ୟରେ ଅସହ୍ୟ ତାତି ସହ ଗୁଳୁଗୁଳି, ୪୧ ଡ଼ିଗ୍ରୀ ସହ ସମ୍ଵଲପୁର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ତାତି ସହ ଗୁଳୁଗୁଳି ଅନୁଭୂତ ହେଉଛି । ସାଢେ ୧୧ଟାରୁ କଲବଲ କରୁଛି ତାତି । ୪୧ ଡ଼ିଗ୍ରୀ ସହ ସମ୍ଵଲପୁର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସେହିପରି ଝାରସୁଗୁଡାରେ ୪୦.୬ ଡ଼ିଗ୍ରୀ, ହୀରାକୁଦରେ ୩୯.୮ ଡିଗ୍ରୀ, ଭୁବନେଶ୍ୱରରେ ୩୯ ଡ଼ିଗ୍ରୀ, ବାଲେଶ୍ୱରରେ ୩୮.୨ ଡ଼ିଗ୍ରୀ, ଚାନ୍ଦବାଲିରେ ୩୬.୮ ଡ଼ିଗ୍ରୀ, ଗୋପାଳପୁରରେ ୩୬.୬ ଡ଼ିଗ୍ରୀ, କେନ୍ଦୁଝରରେ ୩୬.୪ ଡ଼ିଗ୍ରୀ, ପୁରୀରେ ୩୫.୮ ଡ଼ିଗ୍ରୀ, ପାରାଦୀପରେ ୩୪.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ସୂଚନା ଯେ, ଆଗାମୀ ୪୮ ଘଣ୍ଟା ମଧ୍ୟରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ତେବେ ଯାହା ଅନୁମାନ କରାଯାଉଛି ରଜ ପରେ ଓଡ଼ିଶା ଛୁଇଁପାରେ ମୌସୁମୀ । ହେଲେ ଯଦି ଲଘୁଚାପ ସୃଷ୍ଟି ନ ହୁଏ ତେବେ ମୌସୁମୀ ଆଗମନରେ ହୋଇପାରେ ବିଳମ୍ୱ । କିନ୍ତୁ ସାରା ରାଜ୍ୟରେ ପ୍ରାୟତଃ ତାତିର ପ୍ରକୋପ ରହିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ବିଶେଷ କରି ପରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା କ୍ରମଶଃ ବଢ଼ିବ । ପାରଦ ୪୫ ଟପିପାରେ ବୋଲି ଅନୁମାନ କରିଛି ପାଣିପାଗ କେନ୍ଦ୍ର ।

Leave a Reply

Your email address will not be published. Required fields are marked *