ସ୍ଵର୍ଗଦ୍ଵାର ଆପ୍ ଲୋକାର୍ପିତ

ପୁରୀ ୯/୨ସ୍ଵର୍ଗଦ୍ଵାର ରୁପାନ୍ତିକରଣ ରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି।ଶୁକ୍ରବାର ସନ୍ଧ୍ୟାରେ ସ୍ଵର୍ଗଦ୍ଵାର ପରିସରରେ ସ୍ଵର୍ଗଦ୍ଵାର ମୋବାଇଲ ଆପ ଲୋକାର୍ପଣ କରିଛନ୍ତି ପୁରୀ ଜିଲ୍ଲାପାଳ ବିଜୟ କୁମାର ଦାଶ ।ଏହି ଅବସରରେ ସ୍ଵର୍ଗଦ୍ଵାର କୁ ଆସୁଥିବା ଶବ ସଂଖ୍ୟା ବଢୁ ଥିବାରୁ ସହଜ ରେଜିଷ୍ଟ୍ରେସନ ରେ ଏହା ସହାୟକ ହେବ ବୋଲି ସେ କହିଥିଲେ ଏବଂ ସ୍ଵର୍ଗଦ୍ଵାର ରେ ଦାହସଂସ୍କାର ସେବା ପାଇବାକୁ ଚାହୁଁଥିବା ବ୍ୟକ୍ତି ବିଶେଷ ଏହି ମୋବାଇଲ ଆପରୁ ସ୍ୱର୍ଗଦ୍ୱାରରୁ ମିଳୁଥିବା ସମସ୍ତ ସେବା ବିଷୟରେ ମଧ୍ୟ ସହଜରେ ଜାଣି ପାରିବେ ଓ ପାଇ ପାରିବେ ବୋଲି ସେ କହିଥିଲେ।ସୂଚନା ଯୋଗ୍ୟ ଯେ ଏହି ଆପ ଓଡ଼ିଆ ହିନ୍ଦୀ ଓ ଇଂରାଜୀ ତିନୋଟି ଭାଷାରେ ଉପଲବ୍ଧ ହେବ। ଏହି ଅବସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ମେନ୍ ବ୍ରାଞ୍ଚ ପୁରୀ ଶାଖା ତରଫରୁ ସ୍ଵର୍ଗଦ୍ଵାର ସେବା ସମିତିକୁ ଏକ ହାଇଡ୍ରୋଲିକ ଟ୍ରାକ୍ଟର ଡାଲା ପରିବହନ ସେବା ପାଇଁ ପ୍ରଦାନ କରାଯାଇଥିଲା। ସ୍ୱର୍ଗଦ୍ବାର ସେବା ସମିତି ପରିଚାଳନା କମିଟି ସଦସ୍ୟ ସିଦ୍ଧାର୍ଥ ରାୟ ,ଷ୍ଟେଟ ବ୍ୟାଙ୍କ ମେନ୍ ବ୍ରାଞ୍ଚ ମୁଖ୍ୟ ପ୍ରବନ୍ଧକ ଶ୍ରୀ ବିଜୟ କୁମାର ଶତପଥୀ,ସୂଚନା ଲୋକୋ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମକୁ ସ୍ଵର୍ଗଦ୍ଵାର ସେବା କେନ୍ଦ୍ର ସେବକ ମାନେ ପରିଚାଳନା କରି ଥିଲେ।

Leave a Reply

Your email address will not be published. Required fields are marked *