ହେ ଜଗା ! ଦେ ଶକ୍ତି ମୋତେ

        ହେ ଜଗା ! ଦେ ଶକ୍ତି ମୋତେ
         ( ରାଗ — ଦୀର୍ଘ କାମୋଦୀ )

 🖊️କବିରତ୍ନ ନୂତନ କୁମାର ବେହେରା

ହେ ଜଗା ଦେ ଶକ୍ତି ମୋତେ’
ତୋ ପାଖରେ’ ମୋ ଭରସା ରହୁ’,
ତୋ ନନ୍ଦିଘୋଷ ଟାଣି ହାତେ’
ମୋ ଜୀବନ’ ଗଲେ ପଛେ ଯାଉ।୦।

ରେ କାଳିଆ ମହାବାହୁ
        ତୋ କୃପାରେ ଦିନ ମୋର ବିତୁ,
ପରଂବ୍ରହ୍ମ ମହାପ୍ରଭୁ
ମୋତେ ସଦା ସାହା ହେଉଥିବୁ।
  
ତୋ ଦୁନିଆଁରେ ରହି ମୁଁ
         ଦୁଃଖ ଭୋଗେ ଖାଲି ଛଅ ଋତୁ,
ସୁଖ ଯାଏ ଚାହୁଁ ଚାହୁଁ
         ମନେ ମୋର ମୂଢ ପଣ ହେତୁ।

ମିଛ ମାୟା ଦିଏ ଧୋକା
         ପାଏ ଯାହା ହଜେ ମୋର ହାତୁ,
ତୋ ଆଶିଷ ବିନା ଏକା
            ଭବେ ହାରି ଯାଏଁ ଜିତୁ ଜିତୁ।

ନନ୍ଦିଘୋଷ ରଥେ ବସି
              ଧରାଧାମେ ଜନ ହିତ ଚିନ୍ତୁ,
ବଡ଼ଦାଣ୍ଡେ ବୁଲୁ ହସି
       ତୋ ଆଶିଷେ ଦୁଃଖ ଯାଏ ଭବୁ।

ଭାବଗ୍ରାହୀ କୃପାସିନ୍ଧୁ
           ଭାବରେ ତୁ ବାନ୍ଧି ରଖିଥିବୁ,
ଏ ଜଗତେ ଜଗବନ୍ଧୁ
ତୋ କରୁଣା ଟିକେ ରହିଥାଉ।
         
ଡାକେ ଶ୍ରଦ୍ଧାଳୁ ଭକତ
          ନିଦ୍ରା ତେଜି ବାରେ ପ୍ରଭାତରୁ,
ଶୁଣି ପ୍ରାଣୀର ଆରତ
          ଦୟା କରି ତୁ ସଦୟ ହେଉ।

କରୁଛି ତୋତେ ମିନତି
            ଉଦ୍ଧାର ହେ ଭବ ସାଗରରୁ,
ଗୁହାରି ଶୁଣି ଏତିକି
ମୋତେ ତୋର ପାଦେ ରଖିଥିୁବୁ।

     କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *