ଚାରିଛକ ଥାନାରେ ଆମ ପୁଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ

ଚାରିଛକ ଥାନାରେ ଆମ ପୁଲିସ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଅନୁଷ୍ଠିତ ।୩୭ ଜଣ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ ।ଚାରିଛକ :- ୦୯/୦୧ ପୁରୀ ଜିଲ୍ଲା ଚାରିଛକ ଥାନା ଅଧିକାରୀ ଶ୍ରୀମତୀ ମମତା ବିଶ୍ୱାଳ ଙ୍କ ନେତୃତ୍ୱରେ ମଙ୍ଗଳବାର ଦିନ ସନ୍ଧ୍ୟାରେ ଆମ ପୋଲିସ କାର୍ଯ୍ୟକ୍ରମ ରେ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନିମାପଡା ଏସ୍ଡିପିଓ ପ୍ରଭାତ ମଲ୍ଲିକ ଯୋଗ ଦେଇ ପ୍ରଦୀପ ପ୍ରଯୋଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଆମ ପୋଲିସ କାର୍ଯ୍ୟକ୍ରମ ରେ ପୋଲିସ ଓ ସାଧାରଣ ଲୋକ ମାନଙ୍କ ମଧ୍ୟରେ ସୁ ସଂମ୍ପର୍କ କିପରି ସ୍ଥାପନ ହେବ ମଞ୍ଚାସିନ ଅତିଥି କହିଥିଲେ । ଏହି ଆମ ପୋଲିସ କାର୍ଯ୍ୟକ୍ରମ ରେ ଚାରିଛକ ଅଞ୍ଚଳରେ ଥିବା ସମସ୍ୟା ଯଥା ମହିଳା ମହାବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ସୁରକ୍ଷା ଦେବା ସହ ଟ୍ରାଫିକ ,କ୍ରାଇମି ପ୍ରମୁଖ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବାପାଇଁ ମୁଖ୍ୟ ଅତିଥି ନିମାପଡା ଏସ୍ଡିପିଓ ଶ୍ରୀଯୁକ୍ତ ମଲ୍ଲିକ କହିଥିଲେ ।ଏହି ଥାନାରେ ଆବଶ୍ୟକ ଥିବା ବ୍ୟାରିକେଟେ ,ଷ୍ଟାପ ଘର ସହିତ ଆବଶ୍ୟକ ଥିବା ବାକି କାର୍ଯ୍ୟ କରିବା ପାଇଁ ପ୍ରସ୍ତାବ ପ୍ରତି ଭାଷଣ ରେ ପୂର୍ବତନ ଜିଲାପରିସଦ ପୁର୍ଣଚନ୍ଦ୍ର ଓଝା କହିଥିବା ବେଳେ ଥାନା ଅଧିକାରୀ ମମତା ବିଶ୍ୱାଳ ଓ ଏଏସଆଇ କୃଷ୍ଣଚନ୍ଦ୍ର ପୃଷ୍ଟି କୁ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଧନ୍ୟବାଦ ଦେଇଥିଲେ । ଚାରିଛକ ଥାନା ଏକ ବର୍ଷ ପୁରୀ ଯାଇଥିବାରୁ ମହର୍ଷି ମାୟାଧର ଦାସ ବରିଷ୍ଠ ନାଗରିକ ମଞ୍ଚ ଓ ଚାରିଛକ ପ୍ରେସ କ୍ଲବ ପକ୍ଷରୁ ଉତରୀୟ ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ଚାରିଛକ ଥାନା ଅଧିକାରୀ ଶ୍ରୀମତୀ ବିଶ୍ୱାଳ ଓ ଶ୍ରୀଯୁକ୍ତ ପୃଷ୍ଟି ଙ୍କୁ ସମ୍ନାନିତ କରାଯାଇଥିଲା । ଏହି ଆମ ପୋଲିସ କାର୍ଯ୍ୟକ୍ରମ ରେ ନିମାପଡା ଏସ୍ଡିପିଓ ୩୭ ଜଣ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ ।ପ୍ରତି ପଞ୍ଚାୟତରେ ମୋ ପୋଲିସ କାର୍ଯ୍ୟକ୍ରମ କରି ସମସ୍ୟା ଉପରେ ଗୁରୁତ୍ଵ ଦେବା ପାଇ ଚନ୍ଦ୍ରକାନ୍ତ ଦଳାଇ କହିଥିଲେ । ଏହି ଆମ ପୋଲିସ କାର୍ଯ୍ୟକ୍ରମ ରେ ସମ୍ନାନିତ ଅତିଥି ଭାବେ ଆଇ ଆର ଏସ ଚନ୍ଦ୍ରକାନ୍ତ ଦଳାଇ ,ବରିଷ୍ଠ ନାଗରିକ ମଞ୍ଚର ସଭାପତି ପ୍ରଫେସର ପ୍ରାପ୍ତନ ଗୋପୀନାଥ କର ,ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ କାହ୍ନୁଚରଣ ବେହେରା ,ସମାଜସେବୀ ବା କୃଷକ ନେତା ସନାତନ ପତ୍ର ମଞ୍ଚାସିନ ଅତିଥି ରୂପେ ଥିବାବେଳେ ସଭାରେ ସଭାପତିତ୍ୱ ପ୍ରାପ୍ତନ ସନ୍ତୋଷ ମିତ୍ର କରିଥିବା ବେଳେ ସଭାକୁ କବିରାଜ କୁଳମଣି ସାହୁ ମେମୋରୀୟଲ ଟ୍ରଷ୍ଟି ର ଅଧ୍ୟକ୍ଷ ଡକ୍ଟର କେଦାରନାଥ ସାହୁ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଚାରିଛକ ଅଞ୍ଚଳରୁ ପୁର୍ଣଚନ୍ଦ୍ର ଓଝା ,ସରପଞ୍ଚ ଅଜୟ ପରିଡା ,ଦୁର୍ଯ୍ୟୋଧନ ମହାନ୍ତି ,ବିପିନ ବିହାରୀ ପ୍ରଧାନ , ଦାମୋଦର ମିଶ୍ର ,ଅଭିମନ୍ୟୁ ପଣ୍ଡା ,ଅରକ୍ଷିତ ଭୋଇ ,ଭକ୍ତବନ୍ଧୁ ବିଶ୍ୱାଳ ,ସନ୍ତୋଷ ମେକାପ ଲଷ୍ମୀଧର ନାୟକ , ଚାରିଛକ ପ୍ରେସ କ୍ଲବ ସଭାପତି ଶିଶିର କୁମାର ସ୍ୱାଇଁ ,ଜୟନ୍ତୀ ସେଠି ,ସର୍ବେଶ୍ୱର ମଲ୍ଲ ସହିତ୧୦୦ ରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ ଚାରିଛକ ଥାନାର ଜୟୀରାମ ମଲ୍ଲିକ ,ଟୁଟୁ ମଲ୍ଲିକ ,କାଳନ୍ଦୀ ବେହେରା ,ପ୍ରମୋଦ ପୃଷ୍ଟି ,ଅରୁଣ ତ୍ରିପାଠୀ କାର୍ତିକ ମହାପାତ୍ର ପ୍ରମୁଖ କର୍ମଚାରୀ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ନାଗରିକ ,ସମାଜସେବୀ ,ବୁଦ୍ଧିଜୀବୀ ,ଓ ଗଣ ମାଧ୍ୟମରେ ପ୍ରତିନିଧି ମାନେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *