ମାଲକାନଗିରି ଜିଲ୍ଲାରେ ସହୀଦ ଲକ୍ଷ୍ମଣ ନାୟକଙ୍କ ୧୨୭ ତମ ଜୟନ୍ତୀ ସମାରୋହ ସହିତ ଅନୁଷ୍ଠିତl

ମାଲକାନଗିରି,୨୨/୧୧ଜିଲରେ କାର୍ଯ୍ୟରତ ଅନୁଷ୍ଠାନ,ଜନଜାତି ଶିକ୍ଷଣ ସଂସ୍ଥାନ ଆନୁକୁଲ୍ୟରେ ଏହି ଜିଲ୍ଲା ମାଟିର ସୁଯୋଗ୍ୟ ସନ୍ତାନ ସ୍ବର୍ଗତ ସହୀଦ ଲକ୍ଷ୍ମଣ ନାୟକଙ୍କ ୧୨୭ ତମ ଜୟନ୍ତୀ ମର୍ଯ୍ୟାଦା ପୂର୍ଣ୍ଣ ଭାବରେ ପାଳିତ ହୋଇଯାଇଛି। ପ୍ରାକ୍ ସ୍ଵାଧୀନତା କାଳରେ ବ୍ରିଟିଶ ରାଜ ବିରୋଧରେ ଆନ୍ଦୋଳନ ତେଜି ଦେଶ ପ୍ରେମର ଅତୁଲନୀୟ ଅବଦାନ ପୂର୍ବକହସି ହସି ଫାଶୀ ଖୁଣ୍ଟରେ ଝୁଲି ଥିଲେଲକ୍ଷ୍ମଣ ନାୟକ।” ସୂର୍ଯ୍ୟ ଚନ୍ଦ୍ର ଯଦି ସତ, ତେବେ ଆମର ଦେଶ ନିଶ୍ଚିତ ଭାବରେ ସ୍ଵାଧୀନତା ପାଇବ” ,ଏହି ବଜ୍ରଗମ୍ଭୀର ଶବ୍ଦ ସତ ହେଲା ଓ ଆଜିବି ଲକ୍ଷ ଲକ୍ଷ ଲୋକ ଙ୍କ ହୃଦୟରେ ତାହା ଅଦ୍ଭୁତ ଦେଶ ପ୍ରୀତି ରବହ୍ନି ପ୍ରଜ୍ବଳିତ କରୁଛି।ଅନୁଷ୍ଠାନର ନିର୍ଦେଶକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାହୁ ଙ୍କ ଉକ୍ତ ଉତ୍ସବରେ ଅଧ୍ୟକ୍ଷତା କରିଥିବାବେଳେ, ଅତିଥି ଭାବରେ ଯୋଗଦେଇ ଥିଲେ ସ୍ଥାନୀୟମହିଳା

ମହ।ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ଜେନା ଓ ମୂଖ୍ୟ ବକ୍ତା ଭାବେ ଅଧ୍ୟାପକ ଶ୍ରୀଯୁକ୍ତ ସରୋଜ କୁମାର ଦାଶ ଯେଉଁମାନେ କୋରାପୁଟ ଜିଲ୍ଲାର ଗାନ୍ଧୀ ବୋଲାଉଥିବା ବରପୁତ୍ର ଲକ୍ଷ୍ମଣ ନାୟକଙ୍କ।ଅମ୍ଲାନ ସ୍ମୃତି ଚାରଣ କରିବା ସହ ଆଜିର ଯୁବ ପିଢ଼ି ଙ୍କ ସମ୍ମୁଖରେ ତାଙ୍କରଆଦର୍ଶ ର ପ୍ରାସଙ୍ଗିକତା ,ଏକନିଷ୍ଠ ସଙ୍କଳ୍ପ ଶକ୍ତି ଓ ଉତ୍ସର୍ଗୀକୃତ ସେବା ଭାବନା ଉପରେ ସବିଶେଷ ଆଲୋଚନା କରିଥଲେ।ଉପସ୍ଥିତ ଜନତା ,”ସହୀଦ ଲକ୍ଷ୍ମଣ ନାୟକ ଅମର ରହେ ” ଧ୍ଵନୀ ଦେଇ ଥିଲେ। ପ୍ରୋଗ୍ରାମ ଅଫିସର୍ ଶ୍ରୀଯୁକ୍ତ ଶିବରାମ ସ୍ୱାଇଁ, ବିଜୟ ହ।ଲଦ।ର୍ ଓ ଜ୍ୟୋତି ରଂଜନ ପାଣିଗ୍ରାହୀ ସଭାର ସଫଳ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *