ମା ତାରିଣୀ ହେଲାପିଙ୍ଗ ହ୍ୟାଣ୍ଡଷ୍ ପକ୍ଷରୁ ସହାୟତା

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ସ୍ଥିତ ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡଷ୍ ଆଗ୍ରହୀ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଆଜି ଜଗତସିଂହପୁର ସ୍ଥିତ ସ୍ୱତନ୍ତ୍ର ବିଦ୍ୟାଳୟ ର୍ ପିଲା ମାନଙ୍କୁ ପାଠ ସାମଗ୍ରୀ ପ୍ରଦାନ କରାଯାଇଛି । ଏହି ସ୍ୱତନ୍ତ୍ର ବିଦ୍ୟାଳୟରେ ପ୍ରାୟ ଦୁଇ ଶହ ରୁ ଉର୍ଦ୍ଧ୍ବ ଭିର୍ଣ୍ଣକ୍ଷମ ଛାତ୍ରଛାତ୍ରୀ ମାନେ ରହି ପାଠ ପଢ଼ୁଥିବା ବେଳେ ଆଜି ସମସ୍ତଙ୍କୁ ପାଠ୍ୟ ଉପକ୍ରମ ପ୍ରଦାନ କରାଯାଇଛି । ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡଷ୍ ର୍ ସଭାପତି ଇଂ ଶଙ୍ଖେଶ୍ୱର ପ୍ରସାଦ ମହାନ୍ତି, ସମ୍ପାଦକ ସାରଦା ପ୍ରସନ୍ନ ନନ୍ଦ, ଉପ ସଭାପତି ବିଜୟ ସାହୁଙ୍କ ସହିତ ସଂଗଠନ ର୍ ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ପାଠ୍ୟ ଉପକ୍ରମ ପ୍ରଦାନ କରିଥିଲେ । ତେବେ ଏହି ଅନୁଷ୍ଠାନ 6 ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଏହି କାର୍ଯ୍ୟ କରି ଆସୁଥିବା ବେଳେ ଆଗାମୀ ଦିନରେ ଗରିବ ଛାତ୍ରଛାତ୍ରୀ ମାନଙ୍କ ପାଠପଢା ଓ ସହାୟତା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି ।

ଜଗତସିଂହପୁରରୁ Rita ସାହୁ

Leave a Reply

Your email address will not be published. Required fields are marked *