ହେରିଟେଜ ୱାକ ଆଣ୍ତ ରାଇଡ ଶୁଭାରମ୍ଭ

ପୁରୀ- ତା.୦୫.୦୯.୨୦୨୧- ଐତିହ୍ୟ ସମ୍ପର୍ଣ୍ଣ ସହର ପୁରୀର ପରିଚୟ ଅନନ୍ୟ । କେବଳ ଆଧ୍ୟାତ୍ମିକ କିମ୍ବା ଐତିହାସିକ ନୁହେଁ ବରଂ ସାଂସ୍କୃତିକ ଦୃଷ୍ଟିରୁ ପୁରୀର କ୍ଷାତି ସ୍ବତନ୍ତ୍ର । ଶ୍ରୀମନ୍ଦିର ଓ ମହୋଦଧି ବ୍ୟତୀତ ସହରରେ ଭରି ରହିଛି ସ୍ବତନ୍ତ୍ର ପରିଚୟ ବହନ କରୁଥିବା ଅନେକ ପ୍ରାଚୀନ ମଠ, ମନ୍ଦିର ଓ ଆଶ୍ରମ । ଏ ସଂପର୍କରେ ଆଗାମୀ ପିଢିକୁ ତଥ୍ୟଭିତ୍ତିକ ଅବଗତ କରିବା ନିମନ୍ତେ ହେରିଟେଜ ୱାକ ଆଣ୍ତ ରାଇଡ ଜିଲ୍ଲା ପ୍ରଶାସନ ଏବଂ ଓଡିଶା ଇକୋ ଟ୍ୟୁରିଜିମ୍ ଫାଉଣ୍ତେସନ ମିଳିତ ସହଯୋଗରେ ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଏହାକୁ ଶୁଭାରମ୍ଭ କରିଥିଲେ । ଏହାଦ୍ବାରା ଛାତ୍ରଛାତ୍ରୀ ତଥା ଆଗାମୀ ପିଢି ଜ୍ଞାନ ଆହୋରଣ କରି ପାରିବେ । ଆଜି ବିଶ୍ବମ୍ଭର ବିଦ୍ୟାପୀଠ ଓ ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରଛାତ୍ରୀ, ଗାଇଡ ଓ ସହଯୋଗୀ ପ୍ରମୁଖ ସାମିଲ ହୋଇଥିଲେ । ଏହା ନିଳାଦ୍ରି ବିଚ ଠାରୁ ଆରମ୍ଭ ହୋଇ ବ୍ଲୁ ଫ୍ଲାଗ ବିଚ ଠାରେ ଶେଷ ହୋଇଥିଲା । ସେମାନେ ସହରର କବୀର ଚୌରା, ବିଦୂର ମଠ, କରାର ଆଶ୍ରମ, ବାଉଳୀ ମଠ, ସ୍ବର୍ଗଦ୍ବାର ଓ ଶଙ୍କରାଚାର୍ଯ୍ୟ ମଠ ବୁଲି ଦେଖିବା ସହ ମଠ ସଂପର୍କରେ ପଚାରି ବୁଝିଛନ୍ତି । ଏହି ଅବସରରେ ସେମାନେ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିଥିଲେ । ଗବେଷକ ଡଃ ସୁରେନ୍ଦ୍ର ମିଶ୍ର ଓ ଶ୍ରୀ ସିଦ୍ଧାର୍ଥ ଆର୍ଚାର୍ଯ୍ୟ ପିଲା ମାନଙ୍କୁ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ । ଶେଷରେ ସାଧାରଣ ଜ୍ଞାନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରତି ରବିବାର ଦିନ ହେବାକୁ ଥିବା ଏହି ୱାକ ଓ ରାଇଡରେ ପର୍ଯ୍ୟଟକ, ବରିଷ୍ଠ ନାଗରିକ ଏବଂ ବିଭିନ୍ନ ବର୍ଗଙ୍କୁ ସାମିଲ କରାଯିବ । ଏହି ଅବସରରେ ଡିଏଫଓ ପି.ରାମାସ୍ବାମୀ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ମମତା ମିଶ୍ର, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ସରୋଜ କାନ୍ତ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଓଡିଶା ଇକୋ ଟ୍ୟୁରିଜିମ୍ ଫାଉଣ୍ତେସନ ପ୍ରତିଷ୍ଠାତା ଶ୍ରୀ ଯୁଗବ୍ରତ କର, ପୁରୀ ସାଇକେଲ କ୍ଲବ ସଦସ୍ୟ ଶ୍ରୀ ସଞ୍ଜିବ ନାୟକ, ଶ୍ରୀ ଶାନ୍ତିରଞ୍ଜନ ମିଶ୍ର, ଶ୍ରୀ ନଟବର ସାହୁ, ଶ୍ରୀ ଧନଞ୍ଜୟ ମଲ୍ଲିକ, ଶ୍ରୀ ସୁଜିତ ଚକ୍ରବର୍ତ୍ତୀ, ଶ୍ରୀ ପ୍ରମୋଦ ଆର୍ଚାର୍ଯ୍ୟ ଓ ଅଜିତ ପଣ୍ତା ପ୍ରମୁଖ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *