ହାଇକୋର୍ଟ ବିଚାପତିଙ୍କ ରଘୁନାଥପୁର ଗ୍ରାମ ନ୍ୟାୟାଳୟ ପରିଦର୍ଶନ।

ରଘୁନାଥପୁର ତା ୨୧/୧୧:-ଓଡିଶା ଉଚ୍ଚନ୍ୟାଳୟ ମାନ୍ୟବର ବିଚାରପତି ମାନସ ରଞନ ପାଠକ ଶୁକ୍ରବାର ରଘୁନାଥପୁର ଗ୍ରାମନ୍ୟାୟଳୟ ରେ ପହଞ୍ଚି ପରିଦର୍ଶନ କରିବାସହିତ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ରହି ପାରାଦ୍ୱୀପ ଅଭିମୁଖେ ଯାତ୍ରା କରିଛନ୍ତି।ପାରାଦ୍ୱୀପ ରେ ରାତ୍ରରହଣିକରି ଶନିବାର ତିର୍ତ୍ତୋ,କୁଜଙ୍ଗ,ଏରସମା କୋଟ ପରିଦର୍ଶନ କରିବାର ବ୍ୟବସ୍ଥା ରହିଛି।ଏହି କାର୍ଯ୍ୟକ୍ରମରେ ମାନ୍ୟବର ଜଗତସିଂହପୁର ଜିଲ୍ଲା ଜର୍ଜ ପ୍ରଦ୍ୟୁମ୍ନ କୁମାର ନାୟକ,ରଘୁନାଥପୁର ଗ୍ରାମନ୍ୟାୟାଳୟ ନ୍ୟାୟଧିଶ ମାନ୍ୟବର ସସ୍ମିତା ସେଠି,ଉଚ୍ଚନ୍ୟାୟାଳୟ ର ରେଜିଷ୍ଟାର ରୁଦ୍ରପ୍ରସାଦ ମହାପାତ୍ର, ଜଗତସିଂହପୁର ରେଜିଷ୍ଟାର ବିଶ୍ବକଳ୍ପିତା ମହାନ୍ତି,ରାଜ୍ୟଆଇନ ପ୍ରାଧିକରଣ ସଦସ୍ୟ ସଚିବ ଅରବିନ୍ଦ ପଟ୍ଟନାୟକ,ଗ୍ରାମନ୍ୟାୟଳୟ ସମସ୍ତ କର୍ମଚାରୀ ମାନଙ୍କ ସମେତ ଆଇନଜୀବୀ ଗଗନ ଚନ୍ଦ୍ର ଦାଶ,ଜୀବନ ବଲ୍ଲବ ମହାନ୍ତି,ଅନିଲ ଖଟୁଆ,ପ୍ରଦିପ୍ତ ବିହାରୀ,ରମେଶ ଚନ୍ଦ୍ର ଆଚାର୍ଯ୍ୟ, ଶରତ ସାହୁ,ପ୍ରମୁଖ ଉପସ୍ଥିତ ରହି ମାନ୍ୟବର ବିଚାପତି ଶ୍ରୀ ପାଠକଙ୍କୁ ସ୍ଵାଗତ କରିଥିଲେ। ଆଇନ ସୣଙ୍ଖଳା ପାଇଁ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ,ତହସିଲଦାର ରାଜଲକ୍ଷ୍ମୀ ନାୟକ,ଅତିରିକ୍ତ ତହସିଲଦାର ତପନ କୁମାର ପରିଡା,ବିଡିଓ ବିରଞ୍ଚି ନାରାୟଣ ବେହେରା,ତିର୍ତୋଲ ଏସଡିପିଓ ଚିନ୍ମୟ ରାଉତ, ରଘୁନାଥପୁର ଆଇଆଇସି ସୁଶାନ୍ତ କୁମାର ସେଠି,ଏସଆଇ ଯୋଗେସ ବେହେରା ପ୍ରମୁଖ ପୋଲିସଫୋର୍ସ ନେଇ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *