ହାଇକୋର୍ଟ ବିଚାରପତିଙ୍କ ଏରସମା କୋର୍ଟ ପରିଦର୍ଶନ।
ଏରସମା:ଓଡିଶା ଉଚ୍ଚନ୍ୟାୟାଳୟ ବିଚାରପତି ମାନସ ରଞ୍ଜନ ପାଠକ,ରବିବାର ପୂର୍ବାହ୍ନରେ ଏରସମା କୋର୍ଟ ପରିଦର୍ଶନ କରିଛନ୍ତି। ଏରସମା ଓକିଲ ସଂଘ ପକ୍ଷରୁ ତାଙ୍କୁ ସ୍ଵାଗତ କରାଯାଇଥିଲା।ଏହି ଅବସରରେ ଶ୍ରୀ ପାଠକ ଏରସମା ଦେୱାନି ତଥା ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ରୋଷ୍ନିବାଳା ସେନାପତି ଓ ଆଇନଜୀବୀ ମାନଙ୍କ ଉପସ୍ଥିତିରେ କୋର୍ଟର ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ଦୀର୍ଘ ସମୟ ଆଲୋଚନା କରିଥିଲେ।ପରେ କୋର୍ଟ ପରିସରକୁ ବୁଲି ଦେଖିଥିଲେ।ବିଚାରପତିଙ୍କ କୋର୍ଟ ପରିଦର୍ଶନ କାଳରେ ଜଗତସିଂହପୁର ଜିଲ୍ଲା ଦୌରାଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକ,ଜିଲ୍ଲା

ରେଜିଷ୍ଟ୍ରାର ବିଶ୍ଵକଳ୍ପିତା ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ।ଏରସମା ଓକିଲ ସଂଘ ଉପସଭାପତି ତଥା ଭାରା ପ୍ରାପ୍ତ ସଭାପତି ପ୍ରଭାତ କୁମାର ବହିରା,ସମ୍ପାଦକ ମୂରଲୀଧର ମଲ୍ଲିକ,ବରିଷ୍ଠ ଆଇନଜୀବୀ ପ୍ରତାପ କୁମାର ରାଉତ,ଅକ୍ଷୟ ମହାନ୍ତି,ବିଚିତ୍ରାନନ୍ଦ ସ୍ବାଇଁ,ନିକୁଞ୍ଜ କିଶୋର ସ୍ଵାଇଁ,ଅକ୍ଷୟ ସ୍ବାଇଁ,ମିତ୍ରଭାନୁ ମଲ୍ଲ,ସୁରେଶ ଚନ୍ଦ୍ର ନାୟକ,ହରିହର ଓଝା, ପ୍ରତାପ ଚନ୍ଦ୍ର ସାହୁ ଓ ରଞ୍ଜନ ସାମଲ ପ୍ରମୁଖ ଆଇନଜୀବୀ ମାନେ ବିଚାରପତି ଶ୍ରୀ ପାଠକଙ୍କୁ ସ୍ଵାଗତ କରିଥିଲେ।
