ହିନ୍ଦୁ ଏକତା ମଞ୍ଚ ଭାରତର ଭଦ୍ରକ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ହିନ୍ଦୁ ଏକତା ମଞ୍ଚ ଭଦ୍ରକ ଶାଖାର କାର୍ଯ୍ୟକାରିଣୀ ବୈଠକ ଗତ ୦୭/୦୪/୨୪ ରବିବାର ଦିନ ପୂର୍ବାହ୍ନରେ ଭଦ୍ରକ ଗୁଜୁରାଟୀ ଭବନରେ ମା’ ଅମ୍ବିକା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା I ଉକ୍ତ ଦିବସ ବ୍ୟାପି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଉପାଧ୍ୟକ୍ଷ ଚନ୍ଦ୍ରକାନ୍ତ ନାୟକ ସଭାପତିତ୍ବ କରିଥିବା ବେଳେ କେନ୍ଦ୍ରୀୟ ସଂଯୋଜକ ପ୍ରଦୀପ୍ତ କୁମାର ଜେନା, ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ I ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ସନାତନ ଧର୍ମର ପ୍ରଚାରକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଏବଂ ସମ୍ମାନୀୟ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ସୌରେଶ ଚନ୍ଦ୍ର ମହାନ୍ତି, ଅବସରପ୍ରାପ୍ତ ଅଧ୍ୟକ୍ଷ ହେମନ୍ତ କୁମାର ସ୍ବାଇଁ ସନ୍ୟାସିନୀ ମାତା ଆରୁନ୍ଧତି, ବଶିଷ୍ଠ ସାମ୍ୱାଦିକ ଜ୍ଞାନ ପାଣି, ଅରବିନ୍ଦ ଦାସ, ସଙ୍ଗୀତା ତ୍ରିପାଠୀ ଓ ପ୍ରଣବ ଭଗବେ ପ୍ରମୁଖ ମଞ୍ଚାସିନ ହୋଇଥିଲେ I କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଭୂ ଜଗନ୍ନାଥଙ୍କ ଫଟଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଵଳନ କରାଯିବା ସହ ବନ୍ଦେ ଉତ୍କଳ ଜନନୀ ଗାନ କରଯାଇଥିଲା I ଉତ୍ସବ ରେ ଅତିଥିମାନେ ସନାତନ ଧର୍ମର ମହନୀୟତା ଓ ବିଶ୍ଵାଳ ଭାବଧାରା ଉପରେ ଗୁରୁତ୍ଵIରୋପ କରିଥିଲେ I ହିନ୍ଦୁ ଧର୍ମର ଗୌରବ ଓ ଗାରିମାକୁ ବଜାୟ ରଖିବା ପାଇଁ ସମାଜ ଏକ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ଅଛି ବୋଲି ମତପ୍ରକାଶ କରିଥିଲେ I

ଭଦ୍ରକ ଜିଲ୍ଲା ଶାଖାର ଆବାହକ ନିରଞ୍ଜନ ସାମଲ ସାମଗ୍ରୀକ ଭାବରେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ I ଅବସରପ୍ରାପ୍ତ ଶିକ୍ଷକ ଅକ୍ଷୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ I ଉକ୍ତ ଦିବସବ୍ୟାପି କାର୍ଯ୍ୟକ୍ରମ ରେ ଆକାଂକ୍ଷା ଦେବ୍ରଞ୍ଜିତା ଦାସ ସମେତ ଜିଲ୍ଲାର କାର୍ଯ୍ୟକର୍ତ୍ତା ରଶ୍ମୀ ରଞ୍ଜନ ସାହୁ, ଶ୍ରାବଣୀ ମଲ୍ଲିକ କିନ୍ନର,ରଘୁରାମ ଯେନା, ସଞ୍ଜୟ ସାହୁ, ବିଭୁ ରଞ୍ଜନ ସାହୁ, ମୋହିତ ରାଉଳ,ଆକାଶ ସାହୁ, ସୌମ୍ୟ ରଞ୍ଜନ କର,ଅନୁପମା ନାୟକ, ରାଜେଶ ନାୟକ, ସନ୍ତୋଷ ବେହେରା, ତୃଷା ରାଣୀ ପ୍ରଧାନ, ଚନ୍ଦ୍ରମଣି ନାୟକ, ଉମାକାନ୍ତ ଦାସ, ପୂର୍ଣ୍ଣଚନ୍ଦ୍ର ସାମଲ, ଶୁଭଶ୍ରୀ ସୁକ୍ରିଷ୍ଣI ଦାସ, ପ୍ରଳୟ ଜେନା, ଭାସ୍କର ଚନ୍ଦ୍ର ଜେନା, ଲଲାଟେନ୍ଦୁ ଜେନା, ପାର୍ଥ ସାରଥୀ ନାୟକ, ନୃଷିଂହ ମାଝୀ, ବର୍ଷା ରାଣୀ ସାହୁ, ପ୍ରଦୀପ ବେହେରା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ I ଏହି ସଭାରେ ବହୁ ସନାତନ ପ୍ରେମୀ ଉପସ୍ଥିତ ରହି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରାଇଥିଲେ I

Leave a Reply

Your email address will not be published. Required fields are marked *