ଧୂମଧାମ ରେ ପାଳିତ ହୋଇଯାଇଛି ହିନ୍ଦୁ ନବ ବର୍ଷ
ଯୁଗାବ୍ଦ 5126 ଚୈତ୍ର ଶୁକ୍ଳ ପ୍ରତିପଦା ରେ ସୃଷ୍ଟିକର୍ତ୍ତା ବ୍ରହ୍ମ| ସନାତନ ଧର୍ମ ର ଉତ୍ପତ୍ତି କରିଥିଲେ | ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ସନାତନ ତଥା ହିନ୍ଦୁ ଧର୍ମାଵଲମ୍ବୀ ଲୋକେ ଚୈତ୍ର ଶୁକ୍ଳ ପ୍ରତିପଦା ଦିନ ହିନ୍ଦୁ ନବ ବର୍ଷ ରୂପେ ପାଳନ କରିଆସୁଥିବା ଦେଖିବାକୁ ମିଳିଛି | ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ରେ ବିଶ୍ୱ ହିନ୍ଦୁ ପରିଷଦ,ବଜରଙ୍ଗ ଦଳ, ଆର ଏସ ଏସ, ଦୁର୍ଗାବାହିନୀ ତରଫରୁ ଜଗନ୍ନାଥ ମନ୍ଦିର ରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଡିଏନକେ ସ୍ଥିତ ଖେଳ ପଡିଆ ଠାରେ ଏକ ସଭା ର ଆୟୋଜନ କରାଯାଇଥିଲା!ଉକ୍ତ ଶୋଭାଯାତ୍ରା ରେ ହଜାର ହଜାର ଲୋକଙ୍କ ସମାବେଶ ଦେଖିବାକୁ ମିଳିଥିଲା |

ରାସ୍ତା କଡ଼ରେ ଥିବା ଅଧିକାଂଶ ଘର ଆଗରେ କୁମ୍ଭ, ଧୂପ, ଦୀପ ରଖାଯାଇ ଶୋଭାଯାତ୍ରା କୁ ସ୍ୱାଗତ କରାଯାଇଥିଲା!ଶୋଭାଯାତ୍ରା ପରେ ହିନ୍ଦୁ ନବବର୍ଷ ସ୍ବାଗତଂ ସାଂସ୍କୃତିକ ନୃତ୍ୟ କରାଯାଇଥିଲା | ପରେ ଅତିଥି ମାନଙ୍କ ଦ୍ୱାରା ପୂର୍ବରୁ ଅଯୋଧ୍ୟା ଯାଇଥିବା ସେବକ, ସାମାଜିକ କର୍ମୀ, ହିନ୍ଦୁତ୍ୱ ସେବକ ସେବିକା, ଗୋସେବକ ଙ୍କୁ ମାନପତ୍ର ଦେଇ ସାମ୍ନାନୀତ କରାଯାଇଥିଲା | ଏହି ଶୋଭାଯାତ୍ରା ରେ ଜଗଦଲପୁର ଆରଏସଏସ ପ୍ରଭାରୀ ହେମନ୍ତ ପାଣ୍ଡେ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, କଂଗ୍ରେସ ବିଧାୟକ ପ୍ରାର୍ଥୀ ସନରାଜ ଗଣ୍ଡ, ବିଜେଡି ବିଧାୟକ ପ୍ରାର୍ଥୀ ନବୀନା ନାୟକ କଂଗ୍ରେସ ସାଂସଦ ପ୍ରାର୍ଥୀ ଭୁଜବଳ ମାଝୀ, ସମାଜସେବୀ ତଥା ବରିଷ୍ଠ ଓକିଲ ଜୟଦେବ ପରିଡା, ଅଶୋକ ପ୍ରଧାନ, ମୁନା ପାଢ଼ୀ, ରମେଶ ସାହୁ, କୃପାରାମ ସାହୁ, ଅଶୋକ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ!
