ହିଞ୍ଜିଳି ବିଜେଡିର ଯୁବ ସମାବେଶ
ହିଞ୍ଜିଳିକାଟୁ, ୧୯/୦୪ ହିଞ୍ଜିଳିକାଟୁ ପୌରାଞ୍ଚଳ ରୟାଲ ପ୍ୟଲେସ ପରିସରରେ ଶୁକ୍ରବାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଯୁବ ବାହିନୀର ସକ୍ର୍ରିୟ ଯୁବକ ମାନଙ୍କୁ ନେଇ ଏକ ଯୁବ ସମାବେଶ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମାବେଶରେ ଶେରଗଡ ବ୍ଳକ ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଯୁବ ବିଜେଡି କର୍ମୀ ଓ ଯୁବକ ମାନଙ୍କୁ ନେଇ ସମାବେଶ ଅନୁଷ୍ଠିତ ହୋଇଥିଲା ।

କାର୍ଯ୍ୟକ୍ରମକୁ ଆସିକା ଲୋକସଭା ବିଜେଡି ପ୍ରାର୍ଥିନୀ ରଞ୍ଜିତା ସାହୁ, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଳା ପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ରଙ୍କ ସହ ଦଳର ବରିଷ୍ଠ ନେତା ମାନେ ଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଓଡିଶାବାସୀଙ୍କ କଲ୍ୟାଣ ଓ ସଶକ୍ତିକରଣ ନିମନ୍ତେ ଉର୍ତ୍ସଗୀକୃତ ମନୋଭାବ ନେଇ ନିରନ୍ତର କାର୍ଯ୍ୟ କରିବା ସହିତ ଏକ ସମୃଦ୍ଧ, ସଶକ୍ତ, ସ୍ୱାଭିମାନ ‘ ନବୀନ ଓଡିଶା’ ଗଢିବାରେ ନବୀନ ବାବୁ ଅନବରତ ପ୍ରୟାସ କରୁଛନ୍ତି । ସେଥିରେ ଆମେ ସମସ୍ତେ ସୈନିକ ଭାବରେ କାମ କରିବା ପାଇଁ ସଂକଳ୍ପ ନେବା ପାଇଁ ଆହ୍ୱାନ ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ବ୍ଳକ ଯୁବ ବିଜେଡି ସଭାପତି ମନୋଜ ସାବତ, ପୌରାଞ୍ଚଳ ସଭାପତି ସଞ୍ଜୟ କୁମାର ପଣ୍ଡା, ଶେରଗଡ ବ୍ଳକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ, ହିଞ୍ଜିଳିକାଟୁ ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ସମେତ ଉଭୟ ହିଞ୍ଜିଳିକାଟୁ ଓ ଶେରଗଡ ବ୍ଳକର ବହୁ ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ପ୍ରାକ୍ତନ ସରପଞ୍ଚ, ସମିତିସଭ୍ୟ, ହିଞ୍ଜିଳିକାଟୁ ପୌରାଞ୍ଚଳର କାଉନସିଲର ଓ ସହସ୍ରାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ପରିଶେଷରେ ରାଜ୍ୟ ବିଜେଡି ସାଧାରଣ ସମ୍ବାଦକ ଦେବାନନ୍ଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଆସନ୍ତା ଏପ୍ରିଲ ୨୧ରେ ମହିଳା ସମାବେଶ ଅନୁଷ୍ଠିତ ହେବା ସହ ୨୪ ଏପ୍ରିଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁ ପୌରାଞ୍ଚଳ, ବ୍ଳକ ଓ ଶେରଗଡ ବ୍ଳକ ଗ୍ରସ୍ତ କରି ୨ଟି ସାଧାରଣ ସଭାରେ ଯୋଗ ଦେବେ ବୋଲି ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
