ହିରୋସିମା ଦିବସ ପାଳିତ

ହିରୋସିମା ଦିବସ ପାଳିତ

ପୁରୀ I ଆଜି 6 ଅଗଷ୍ଟ ସକାଳ ସମୟରେ INTERNATIONAL ASSOCIATION FOR THE FUTURE OF HUMANITY (IAFH) ତରଫରୁ ସ୍ଥାନୀୟ ବୁଦ୍ଧ ମନ୍ଦିର ଠାରେ ପାଳିତ ହୋଇଯାଇଛି I

ପ୍ରଥମେ ଅନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ ପ୍ରଫେସର ଡାକ୍ତର ସଦାନନ୍ଦ ମିଶ୍ରଙ୍କ ଫୋଟ ଚିତ୍ରରେ ଶ୍ରଦ୍ଧାପୂର୍ବକ ପୁଷ୍ପକ ପ୍ରଦାନ କରାଯାଇଥଲା I ଆଜିକୁ ଠିକକ 79 ବର୍ଷ ଅର୍ଥାତ 1945 ଅଗଷ୍ଟ 6 ତାରିଖ ସକାଳ 8.13 ସମୟରେ ଜାପାନ ର ହିରୋସୀମା ସହର ଉପରେ ଆମେରିକା ପରମାଣୁ ବୋମା ନିକ୍ଷପ କରିଥିଲା I ଆଜି ସେହି ସମୟକୁ ମନେ ପକାଇ ଠିକକ 8.13 ମିନିଟ ସମୟରେ ପୃଥିବୀରେ ଶାନ୍ତି କାମନାପାଇଁ ବିଶେଷ କରି Gaza ଏବଂ Ukrine ରେ ମୃତ ଦିବଂଗତ ମାନଙ୍କ ଉଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇ ଥିଲା I

ପ୍ରାରମ୍ଭରେ ଡ଼କ୍ଟର ବିଶ୍ୱନାଥ ମିଶ୍ର ଅତିଥି ପରିଚୟ ଦେଇଥିଲେ ପରେ ଅନୁଷ୍ଠାନର ସମ୍ପାଦକ ପ୍ରଫେସର ଅଳକାନନ୍ଦା ମିଶ୍ର ସ୍ୱାଗତ ଭାଷଣ ଦେବାସହ ଅନୁଷ୍ଠାନର ବିଭିର୍ଣ୍ଣ କାର୍ଯ୍ୟକ୍ରମର ବିବରଣୀ ଦେଇଥିଲେ I ବିଶିଷ୍ଟ ସମାଜସେବୀ ସଂଗଠନ ଲେଖକ ଅନାମ ଚନ୍ଦ୍ର ସାହୁ କିପରି ଗତ 28 ବର୍ଷ ଧରି ପୁରୀ ରେ ହିରିସୀମା ଦିବସ ନିରବଚିର୍ଣ୍ଣ ଭାବେ ଗତ 28 ବର୍ଷ ଧରି ପାଳନ କରାଯାଉଛି ତାହା କହିଥିଲେ I

ସଭାର ମୁଖ ଅତିଥି, ପୁରୀ ର ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର ସମଗ୍ର ପୃଥିବୀ ରେ ବର୍ତମାନ ଦେଖାଯାଇଥିବା ଆସନ୍ତ ପରିବେଶ ଉପରେ ଦୁଃଖ ପ୍ରକାଶ କରିଥିଲେ I ଏପରି ଶାନ୍ତି ସଭା ସବୁ ସମୟରେ ଜାତି ରହୁ I Negosation of Conflict ଉପରେ ଗୁରୁତ୍ୱ ଆରୋପ କରି ଥିଲେ I ମୁଖ୍ୟବକ୍ତା ପୁରୀ ସଦାଶିବ ସଂସ୍କୃତ ସଂସ୍ଥାନ ର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ ମହାପାତ୍ର ଭରତ କିପରି ଯୁଗଯୁଗ ଧରି ବିଶ୍ୱ ଶାନ୍ତିର କେନ୍ଦ୍ରବିନ୍ଦୁ ତାହା ଆଲୋକପାତ କରିଥିଲେ I

ଅନୁଷ୍ଠାନ ଦ୍ୱାରା ଅନୁଷ୍ଠିତ ହୋଇଥିବା ଶାନ୍ତି ବିଷୟ ବାସ୍ତୁ ଉପରେ ବିଭିର୍ଣ୍ଣ ପ୍ରତିଯୋଗିତା ରେ ସଫଳ ହୋଇଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା I ସ୍ଥାନୀୟ Bless Sacrament ସ୍କୁଲ ର ଛାତ୍ର ଅଂଶୁମାନ ପାଇକରାୟ ଓ ଛାତ୍ରୀ
ଅଭିଲିପ୍ସସା ଷଡ଼ଙ୍ଗୀ କିପରି ଆଣବିକ ବୋମା ଦ୍ୱାରା ବିଶ୍ୱ ଶାନ୍ତି ସମ୍ଭବ ନୁହେଁ ବୋଲି କହିଥିଲେ I

ସମ୍ମାନିତ ଅତିଥି ଭାବେ ଇଂଜିନୀୟର ରାଜେଶ ମିଶ୍ର ପରମାଣୁ ବୋମାର ବାବ୍ୟାହାର ଦ୍ୱାରା ପରବର୍ତ୍ତୀ ସମୟରେ ତାର ଭାୟାବତା ଉପରେ ଆଲୋକ ପାତ କରି ଥିଲେ I ଜାପାନର ହିରୋସୀମା ବହୁବାର ଯାଇଥିବା ଏବଂ ସେଠି ସାଉଠୁ ଥିବ ଜାପାନୀ ମାନଙ୍କର ବିଶ୍ୱବାସୀ ମାନଙ୍କୁ ଭଲପାଇବା କଥା କହିଥିଲେ I ଅନ୍ୟତମ ସମାନିତ ଅତିଥି ପୂର୍ବତନ କୁଳପତି ଡାକ୍ତର ଅତୁଳ ନନ୍ଦ ଏବଂ ପୂର୍ବତନ ଅଧ୍ୟାକ୍ଷ ପ୍ରଫେସର ସୌଭାଗ୍ୟ ସାହୁ ଆଜି ଦିନରେ ଶାନ୍ତି ଏକମାତ୍ର ଜୀବନର ବିକଳ୍ପ ହଉ ଓ ମନୁଷ୍ୟ ବିଶ୍ୱ ଭାତୃତ୍ବ ଉପରେ ଗୁରୁତ୍ୱ ଆରୋପ କରିଥିଲେ I

ଏହି କାର୍ଯ୍ୟରେ ସୁଦୂର ଜାପାନରର 8 ଜଣ ଏହିକାର୍ଯ୍ୟକ୍ରମରେ ଯୋଗଦେଇଥିଲେ I ପୁରୀର ଶତାଧିକ ଶାନ୍ତିକାମି ଯଥା ଫାଦର ବାପ୍ୟଟିଷ୍ଟ ଦିସୁଜା,ସମାଜସେବୀ ଉଦୟନାଥ ପ୍ରତିହାରୀ,ବୋଦ୍ଧିପ୍ରିୟ ରବି ସାହୁ, ଅଶୋକ ପତ୍ର, ଧବଳେଶ ମହାପାତ୍ର, ବିଶିଷ୍ଟ କଳାକାର ସଂଗଠକ ଶିବସୁନ୍ଦର ମିଶ୍ର,ବଳରାମ dasଡାକ୍ତର ନରହରି ମିଶ୍ର,ସ୍ୱାଧୀନ ପଣ୍ଡା, ମନୋଜ ରଥ, ବିଜୟ ବରାଳ, ଡାକ୍ତର ରାଧେଶ୍ୟାମ ରଥ, ଅଶୋକ କୁମାର ଅଧ୍ୟା,ସୁରେନ୍ଦ୍ର ପେସୁ, ରୋଟାରୀଆନ କୃଷ୍ଣ ଚନ୍ଦ୍ର ସାହୁ, ଛାୟାକାନ୍ତ ନାୟକ, ପ୍ରିତମ ପତ୍ର,କାମେଶ୍ୱର ନାୟକ, ଗୌରଭ ସ୍ୱାଇଁ, ମିଲନ ବେହେରା,ଦୟାନିଧି ପଣ୍ଡା, ମିକି ସିଂ,ବ୍ୟୋମକେଶ ପ୍ରସାଦ ଆଦି ଯୋଗଦାନ କରି ଥିଲେ I

Leave a Reply

Your email address will not be published. Required fields are marked *