ଟିଟିଲାଗଡ ରେ ଐତିହାସିକ ମେଗା ରକ୍ତଦାନ ଶିବିର,୧୪୦୦ ୟୁନିଟ ରକ୍ତ ସଂଗ୍ରହ

ଟିଟିଲାଗଡ,୧୭/୯ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳା ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୫ ତମ ଜନ୍ମ ଦିବସ ଅବସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ବିଧାୟକ ନବୀନ ଜୈନ ଙ୍କ ନେତୃତ୍ୱରେ ଆୟୋଜିତ ଏହି ମେଗା ଶିବିରରେ ଟିଟିଲାଗଡ ପୌରଅଧ୍ୟକ୍ଷା ମମତାଦେବୀ ଜୈନ,ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାୟକ,ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ,ଏଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ, ଥାନାଧିକାରୀଣି କଲ୍ୟାଣି ବେହେରା ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଶେଖର ଦାସ,ପୌର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ।ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ସ୍ଵଇଛା ରେ ରକ୍ତଦାନ ଦାନ ପାଇଁ ରକ୍ତଦାତା ଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।ରକ୍ତଦାତା ଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଅଞ୍ଚଳବାସୀ ଙ୍କୁ ସଚେତନ କରିଥିଲା।ଆୟୋଜିତ ଶିବିରରେ ସମୁଦାୟ ୧୪୦୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ରକ୍ତଭଣ୍ଡାର ଦାୟିତ୍ୱରେ ଥିବା ଡ଼ାକ୍ତର ଓମ୍କାର ହୋତା ସୂଚନା ଦେଇଛନ୍ତି।

ଟିଟିଲାଗଡ ଉପଖଣ୍ଡ ଡାକ୍ତରଖାନା ରକ୍ତଭଣ୍ଡାର ରେ ନିୟମିତ ରକ୍ତ ଅଭାବ ଲାଗି ରହୁଥିବା ବେଳେ ଏହି ମେଗା ଶିବିର ରେ ସଂଗୃହିତ ରକ୍ତ ସାମୟିକ ଭାବରେ ଏହି ସମସ୍ୟା ସମାଧାନ ରେ ସହାୟକ ହେବାନେଇ ଆଶା ସଂଚାର ହୋଇଛି।ଏହି ଶିବିରରୁ ସଂଗୃହିତ ରକ୍ତ ଟିଟିଲାଗଡ ସହ ବଲାଙ୍ଗୀର,ସୁବର୍ଣ୍ଣପୁର,ଭବାନୀପାଟଣା, ନୂଆପଡ଼ା ଓ ପଦ୍ମପୁର ର ରକ୍ତଭଣ୍ଡାର କୁ ନିଆଯାଇଥିଲା।ବିଧାୟକ ନବୀନ ଜୈନ୍ ଙ୍କ ଏହି ଉଦ୍ୟମ କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିବା ବେଳେ ଆଗାମୀ ଦିନରେ ଅଞ୍ଚଳର ପ୍ରତ୍ୟେକ ପରିବାର ରୁ ଜଣେ ଲେଖାଏଁ ରକ୍ତଦାତା ସୃଷ୍ଟି କରିବା ନେଇ ଲକ୍ଷ୍ୟ ରଖିଥିବା ବିଧାୟକ ଶ୍ରୀ ଜୈନ ଉଲ୍ଲେଖ କରିଛନ୍ତି।ସହରର ବିଭିନ୍ନ ସାମାଜିକ ସଙ୍ଗଠନ ର ପ୍ରତିନିଧି ଙ୍କ ସହ ବିଭିନ୍ନ ସରକାରୀ ବିଭାଗ ର ଅଧିକାରୀ ତଥା ବହୁ ସଂଖ୍ୟାରେ ଦଳୀୟ ନେତା,କର୍ମୀ ଓ ସ୍ୱେଚ୍ଛାସେବୀ ଉପସ୍ଥିତ ରହି ଏହି ମେଗା ରକ୍ତଦାନ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *