ଐତିହାସିକ ଶ୍ରୀରାମ ନବମୀ ମହୋତ୍ସବ
ଐତିହାସିକ ଶ୍ରୀରାମ ନବମୀ ମହୋତ୍ସବ ପାଇଁ ଚଳାଚଞ୍ଚଳ ହୋଇ ପଡ଼ିଲାଣି ଭଦ୍ରକ ସହର. ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ପୂର୍ବରୁ ଗଣଦୌଡ଼, ବାଇକ ଶୋଭାଯାତ୍ରା, ହିନ୍ଦୁ ନବବର୍ଷ, ଗୋ-ପୂଜନ, ସାଧୁ, ସନ୍ଥ ସମ୍ମିଳନୀ ପରେ ଆଜି ବାଲ ବଜରଙ୍ଗୀ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି.

ଏହି ସାଇକେଲ ଶୋଭାଯାତ୍ରା କୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ଓ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ. ଏହି ବାଲ ବଜରଙ୍ଗୀ ସାଇକେଲ ଶୋଭାଯାତ୍ରା ସ୍ଥାନୀୟ ଗାନ୍ଧୀପଡିଆରୁ ବାହାରି ବାଇପାସ ଛକ ଦେଇ ସହର ପରିକ୍ରମା କରିଥିଲା. ଏଥିରେ ଶହ ଶହ କୁନି କୁନି ଶ୍ରୀରାମ ଭକ୍ତ ମାନେ ସାମିଲ ହୋଇଥିଲେ. ସାରା ସହର ଗେରୁଆ ମୟ ହୋଇଥିବା ବେଳେ ଜୟ ଶ୍ରୀରାମ ନାରା ରେ ପ୍ରକମ୍ପିତ ହେଉଛି ସହର. ଏହି କୁନି କୁନି ଶ୍ରୀରାମ ଭକ୍ତ ମାନେ ପ୍ରଭୁ ଶ୍ରୀରାମ ଙ୍କୁ ହୃଦୟରେ ବସାଇ ସାଇକେଲରେ ହନୁମାନ ଙ୍କ ପତକା ଉଡାଇବା ସହ ମଥାରେ ଜୟ ଶ୍ରୀରାମ ପଟି ବାନ୍ଧି ଜୟ ଶ୍ରୀରାମ ନାରା ଦେଇଥିଲେ.ଏହି ଶ୍ରୀରାମ ମହୋତ୍ସବର ବାଲ ବଜରଙ୍ଗୀ ସାଇକେଲ ଶୋଭାଯାତ୍ରା କୁ ଶାନ୍ତି ଶୃଙ୍ଖଳାର ସହିତ ସମାପିତ କରିବା ପାଇଁ ସହରରେ ପୋଲିସ ପ୍ରଶାସନ ଓ ଶ୍ରୀରାମ ମହାଯଂଜ୍ଞ ସମିତି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି.
