ବୋଲେରୋକୁ ପିଟିଲା ହାଇୱା ଜଣେ ମୃତ, ୧୦ ଗୁରୁତର

ଭଦ୍ରକ: ବୋଲେରୋକୁ ପିଟିଲା ହାଇୱା । ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥର ଆରଡି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ବୋଲେରୋକୁ ସାମ୍ନାରୁ ଧକ୍କା ଦେଲା ହାଇୱା । ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ପ୍ରାୟ ୧୦ ଜଣ ଗୁରୁତର ଆହତ ହୋଇଥିବା ସୂଚନା । ବାଲେଶ୍ୱର ଜିଲ୍ଲାର କିଛି ଲୋକ ପୁରୀ ଯାଇଥିଲେ । ଫେରିବା ବେଳେ ଆରଡ଼ି ଛକ ନିକଟରେ ଏକ ହାଇୱା ସମ୍ମୁଖରୁ ଧକ୍କା ଦେଇ ଫେରାର ହୋଇଯାଇଥିବା ଜଣାପଡିଛି । ତେବେ ସ୍ଥାନୀୟ ଲୋକେ ଆହତ ଲୋକମାନଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଛନ୍ତି । ସେଠାରେ ଡାକ୍ତର ଜଣକୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି । ତେବେ ୬ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ଓ ୪ ଜଣଙ୍କୁ ମେଡିକାଲରେ ସ୍ୱତନ୍ତ୍ର ଚିକିତ୍ସା ଦିଆଯାଉଛି,

Leave a Reply

Your email address will not be published. Required fields are marked *