ହେ ନାରାୟଣ ଘେନ ଗୁହାରି ମୋହର
ହେ ନାରାୟଣ ଘେନ ଗୁହାରି ମୋହର –
ହେ ନାରାୟଣ ଘେନ ଗୁହାରି ମୋହର
ଶ୍ରୀକ୍ଷେତ୍ରେ ବାସ ତୋର ମୋ’ର ପ୍ରିୟ ଠାକୁର
ଘେନ ପ୍ରଣତି ମୋହର
ହେ ନାରାୟଣ ଘେନ ଗୁହାରି ମୋହର।।
ଭକତ ପ୍ରିୟ ବନ୍ଧୁ ନାମ ଯେ ଦୀନବନ୍ଧୁ
ନିଳଗିରି ରେ ବାସ ତୋର
ହେ ନାରାୟଣ ଘେନ ଗୁହାରି ମୋହର।।
ପତିତ ହୃଦୟ ର ଆହେ ବଡ ଠାକୁର
ଶ୍ରୀ ଜଗନ୍ନାଥ ନାମ ତୋର
ହେ ନାରାୟଣ ଘେନ ଗୁହାରି ମୋହର।।
ହେ ପ୍ରଭୁ ଚକ୍ରଧର ସୁଦର୍ଶନ ତୁମର
ଆଜ୍ଞା ର ବାର୍ତ୍ତା ପାଇଁ ଚିର
ହେ ନାରାୟଣ ଘେନ ଗୁହାରି ମୋହର।।
ଦୃଷ୍ଟ ସଂହାର ପାଇଁ ମାନବ ରୂପ ନେଇ
ଦେବକୀ ଗର୍ଭେ ସ୍ଥାନ ତୋର
ହେ ନାରାୟଣ ଘେନ ଗୁହାରି ମୋହର।।
ବୈକୁଣ୍ଠ ପୁରେ ଘର ଅଟଇ ସ୍ବର୍ଗ ପୁର
ହୃଦୟ ଭାବ ପୂର୍ଣ୍ଣ ତୋର
ହେ ନାରାୟଣ ଘେନ ଗୁହାରି ମୋହର।।
ଭକତ ଭଗବାନ୍ ଅତ୍ୟନ୍ତ ନିତିବାନ
ହୃଦୟ କୋମଳ ତୁମର
ହେ ନାରାୟଣ ଘେନ ଗୁହାରି ମୋହର।।
ଦାସିଆ ବାଉରୀ ର
ତୁମେ ପ୍ରିୟ ଠାକୁର
ତୁମ ମହିମା ଯେ ଅପାର
ହେ ନାରାୟଣ ଘେନ ଗୁହାରି ମୋହର।।
ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ , ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା
