ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ
ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀରେ ପୁରୀର ପୂର୍ବ ଭାଗରେ ସେନାପତି ବଗିଚାସ୍ଥ ସିଦ୍ଧପୀଠ ମା ମଙ୍ଗଳାଙ୍କ ମନ୍ଦିର ପରିସରରେ ଶ୍ରୀଶ୍ରୀ ସିଦ୍ଧ ବେଲେଶ୍ୱର ଦେବଙ୍କ ସ୍ଥାପନା ଦିବସ ମହାସମାରୋହରେ ପାଳିତ ହୋଇଅଛି। ବେଦଜ୍ଞ ପଣ୍ଡିତ ଦେବପ୍ରସାଦ ତ୍ରିପାଠୀ ଏବଂ ମନ୍ଦିରର ପୂଜାରୀ ନିରଞ୍ଜନ ପଣ୍ଡା ଓ ପପ୍ରମୋଦ ଦାଶ ପୂଜା ହୋମଯଜ୍ଞ କରିଥିବା ବେଳେ ଶ୍ରୀ ରମେଶ ଚନ୍ଦ୍ର ପାତ୍ର ଓ ଶ୍ରୀମତୀ ଗୀତାରାଣୀ ପାତ୍ର କର୍ତ୍ତାଭାବେ ଅଭିଷେକ ଓ ଯଜ୍ଞ କାର୍ଯ୍ୟ ସମ୍ପନ୍ନ କରିଥିଲେ।

ମନ୍ଦିର ପରିସରରେ ପୂଜିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ମା ସୁଭଦ୍ରା ଏବଂ ଶ୍ରୀସୁଦର୍ଶନଙ୍କ ଚତୁର୍ଦ୍ଧା ବିଗ୍ରହଙ୍କୁ ବେଶ କରାଯିବା ସହ ମା ମଙ୍ଗଳା, ମା ଖରାଖାଇ, ମା ଲକ୍ଷ୍ମୀଙ୍କୁ ମଧ୍ୟ ବେଶ କରାଯିବା ସହ ପାର୍ଶ୍ଵ ଦେବଦେବୀଙ୍କର ବିଗ୍ରହ ବେଶ କରାଯାଇ ମାଜଣା କରାଯାଇଥିଲା। ସାହି ସଭାପତି ନାରାୟଣ ଜେନା, ସମ୍ପାଦକ ଦାମୋଦର ସ୍ୱାଇଁ, ଲୋକନାଥ ଦଳାଇ, ପପ୍ରଦୀପ କୁମାର ମହାନ୍ତି, ଭବାନୀ ଶଙ୍କର ରଥ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପ୍ରସାଦ ସେବନ ପରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା।
