ହୋଲି ଯେଶସ୍ ବିଦ୍ୟାଳୟର 35 ତମ ବାର୍ଷିକ ଉତ୍ସବ ଉଦ୍ ଯାପିତ.

ବଡ଼ଚଣା:ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଧାନମଣ୍ଡଳ ସ୍ଥିତ ହୋଲି ଯେଶସ୍‌ ବିଦ୍ୟାଳୟର 35 ତମ ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷା କାମିନୀ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ଆଇନ,ପୂର୍ତ୍ତ, ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ,ଓ ମୁଖ୍ୟ ବକ୍ତା ଭାବରେ ପ୍ରଫେସର ଡ଼ଃ ହରେକୃଷ୍ଣ ଶତପଥୀ ଏବଂ ସମ୍ନାନୀତ ଅତିଥିଭାବେ ଯାଜପୁର ସାଂସଦ ରବିନ୍ଦ୍ର ନାରାୟଣ ବେହେରା,ବଡ଼ଚଣା ବିଧାୟକ ଅମର କୁମାର ନାୟକ ଯୋଗଦେଇ ପ୍ରଥମେ ପ୍ରଦୀପ ପ୍ରଜଳନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା,ଉକ୍ତ ସଭାରେ ଅତିଥିମାନେ ଛାତ୍ର ଛାତ୍ରୀଙ୍କ ଉଦ୍ୟସରେ ବହୁ ମୂଲ୍ୟ ବକ୍ତବ୍ୟ ରଖିଥିଲେ,ପରେ ଛାତ୍ର ଛାତ୍ରୀ ମାନେ ପରିବେଷଣ କରୁଥିବା ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖିବା ସହିତ ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହ,ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ.

Leave a Reply

Your email address will not be published. Required fields are marked *