ହୋଲି ଜେସସ୍ ସ୍କୁଲ ପକ୍ଷରୁ ଇଣ୍ଟର ହାଉସ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ.

ବଡ଼ଚଣା : ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଧାନମଣ୍ଡଳ ସ୍ଥିତ ହୋଲି ଜେସସ୍ ସ୍କୁଲ ତରଫରୁ ଇଣ୍ଟର ହାଉସ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତିଯୋଗିତାରେ ମୋଟ ୪ଟି ଦଳ ଯଥା ନାଲି,ନୀଳ,ହଳଦୀ ଓ ସବୁଜ ଭାଗ ନେଇଥିଲା ବେଳେ ଫାଇନାଲ ମ୍ୟାଚ ନୀଳ ଓ ସବୁଜ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏହି ଚିତାକର୍ଷକ ଫାଇନାଲ ମୁକାବିଲାରେ ଗ୍ରୀନ ହାଉସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ୭ୱିକେଟ୍ ବିନିମୟରେ ୮୮ରନ କରିଥିଲା ବେଳେ ବ୍ଲୁ ହାଉସ ୧୨ଓଭର ଖେଳି ୮୪ରନ କରି ପରାଜିତ ହୋଇଥିଲା। ଏହି ସୁନ୍ଦର କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧକ୍ଷା ଶୁଶ୍ରୀ କାମିନୀ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୂଖ୍ୟ ଅତିଥି ଭାବରେ ପ୍ରଫେସର ଡ. ଦିଲ୍ଲିପ କୁମାର ନାୟକ,ମୂଖ୍ୟ ବକ୍ତା ପ୍ରଫେସର ତପନ କୁମାର ଜେନା ଓ ସମ୍ମାନିତ ଅତିଥି ଭାବରେ ସମାଜସେବୀ ସୁରେଶ ଚନ୍ଦ୍ର ବରାଳ ଉପସ୍ଥିତ ରହି ଖେଳ ଓ ଏହାର ଉପକାରିତା ବିଷୟରେ ବହୁମୁଲ୍ୟ ବକ୍ତବ୍ୟ ଉପସ୍ଥାପନ କରିବା ସହ ଖେଳାଳି ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ।ଏହି ପ୍ରତିଯୋଗିତାରେ ଅଷ୍ଟମ ଶ୍ରେଣୀର ଛାତ୍ର ବିନିତ ଚୋପ୍ରା ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲା ବେଳେ ସାଇଲ ରାଜ ଓ ଶ୍ରେଷ୍ଠ ବୋଲର ଭାବେ ଆତିଫ୍ ଇକବାଲ୍ ପୁରସ୍କାର ପାଇଥିଲେ। ହିମାଂସୁ ନାଏକ ଓ ସଞୟ ରାଉତ ଖେଳ ପରିଚାଳନା କରିଥିଲା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *